ସଡକ ଦୁର୍ଘଟଣା; ୨ ମୃତ, ଡ୍ରାଇଭର ଫେରାର

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ବଲାଙ୍ଗୀର ବୋରିଗୁମ୍ମା ଜାତୀୟ ରାଜପଥ ୨୬ ମହଗାଁ ବ୍ରିଜ ନିକଟରେ ଗତ ବିଳମ୍ବିତ ରାତିରେ ସଡକ ଦୁର୍ଘଟଣା ଘଟିଛି। ଦୂର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗତ ବିଲିମ୍ବିତ ରାତିରେ ବଲାଙ୍ଗୀର ପଟୁ ଟିଟିଲାଗଡ ଅଭିମୁଖେ ବାଇକ ଯୋଗେ ଦୁଇଜଣ ଯୁବକ ଆସୁଥିବା ବେଳେ ବରଗାଁ ରୁ ବଲାଙ୍ଗୀର ଅଭିମୁଖେ ଏକ ମହେଦ୍ରା xuv 700 ଯାଉଥିଲା ତେବେ ମହଗାଁ ବ୍ରିଜ ନିକଟରେ ଦୁଇ ଗାଡି ର ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ଡ୍ରାଇଭର ଫେରାର ଅଛି । ଖବର ପାଇ ସଇଁତଳା ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ସଇଁତଳା ଡାକ୍ତର ଖାନାକୁ ଆଣି ଥିଲା. ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ. ପୋଲିସ ଏ ସଂପର୍କ ରେ ଅଧିକ ତଦନ୍ତ କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.