ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅଖିଳ ଭାରତୀୟ ଵିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଜିଲ୍ଲା ଭବାନିପାଟଣା ନଗର ପକ୍ଷରୁ ସ୍ଥାନୀୟ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ବାବା ସାହେବ୍ ଆମ୍ବେଦକରଙ୍କ ର ପୂନ୍ୟତିଥି ତଥା ସାମାଜିକ ସମରସତା ଦିବସ ପାଳିତ ହୋଇଛି। ଆମ୍ବେଦକରଙ୍କ ଆଦର୍ଶ, ବ୍ୟକ୍ତିତ୍ୱକୁ ସମ୍ନାନ ଜଣାଇ ସମସ୍ତ ଶିକ୍ଷାର୍ଥୀଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଛି ଏବଂ ଏକ ସୁସ୍ଥ, ସମୃଦ୍ଧ ଏବଂ ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ପାଇଁ ଛାତ୍ର ଛାତ୍ରୀ ସଂକଳ୍ପ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମହେଶ ସାଗର, ହିତେଶ କୁମାର ସାହୁ, ପ୍ରେମ କୁମାର,ପଲକ୍, ଫାତ୍ୱନି, ସୌମ୍ୟରଞ୍ଜନ ପଣ୍ଡା, ଆୟୁଷ ମହାନ୍ତି, ଆୟୁଷ ବେହେରା ଅସିତ୍ ମହାନ୍ତି, ନିଖିଲ ଗୌଡ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

 
                                        
 
 
        
 
 
         
 
         
 
        

