୬ ମାସ ହେଲା ଲାଞ୍ଜିଗଡ ବ୍ଲକର ତିନୋଟି ପଞ୍ଚାୟତରେ ହିତାଧିକାରୀ ପାଇନାହାନ୍ତି ପିଡ଼ିଏସ୍ ଚାଉଳ

ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ ପରେ ତଦନ୍ତ କରୁଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ

ଲାଞ୍ଜିଗଡ଼,୨୦/୭ : ସରକାରୀ କାର୍ଯ୍ୟରେ ଅବହେଳା ଓ ଅନିୟମିତତା ପାଇଁ ପ୍ରାୟ ସମୟ ଚର୍ଚ୍ଚାର ପରିଧିରେ ରହିଆସିଥିବା ଲାଞ୍ଜିଗଡ ବ୍ଲକର କେତୋଟି ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନରେ ବ୍ୟତିକ୍ରମ ପରିଳକ୍ଷିତ ହୋଇଛି । ଲାଞ୍ଜିଗଡ ବ୍ଲକର ୩ଟି ପଞ୍ଚାୟତରେ ଗରିବ ଅଧିବାସୀ ମାନେ ଦୀର୍ଘ ୬ ମାସଧରି ଚାଉଳ ପାଇ ପାରି ନଥିବାରୁ  ଜୁଲାଇ ୧୦ ତାରିଖରେ କଳାହାଣ୍ଡି ଜିଲ୍ଲାପାଳ ଓ ଜୁଲାଇ ୧୧ ତାରିଖରେ ଲାଞ୍ଜିଗଡ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା ବେଳେ ଶୁକ୍ରବାର ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରା ତିନଟି ପଞ୍ଚାୟତ ଗସ୍ତ କରି ତଦନ୍ତ କରିଛନ୍ତି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଆଦିବାସୀ ବହୁଳ ପାହାଡିଆ ଓ ଜଙ୍ଗଲ ଅଞ୍ଚଳ ଭାବେ ପରିଚିତ ଲାଞ୍ଜିଗଡ଼ ବ୍ଲକର ବେଡାଗାଁ, କୁମଖାଲ ଓ ବନ୍ଧପାରୀ ଗ୍ରାମ ପାଞ୍ଚାୟତ ଗ୍ରାମ ଗୁଡିକରେ ଦୀର୍ଘ ୨ ମାସରୁ ୬ ମାସ ହେଲା ପିଡିଏସ୍ ଚାଉଳ ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ନାହିଁ। ପ୍ରାୟ ୮ସହ କୁଇଣ୍ଟାଲ ଯାହାକି ବନ୍ଧପରି ପଞ୍ଚାୟତର ଦୁଇମାସ ପ୍ରାୟ ୫୦ ଜଣକ, ବେଡ଼ଗାଁ ଓ କୁମଖାଲର ତିନୋଟି ଗାଁ ଗାରେଶ, ଦେହେଡା, ଖଜୁର ଗୁଡା ୬ମାସର ପାଇବାକୁ ଥିବା ବେଳେ ଅନ୍ୟ ସମସ୍ତ ଗାଁ ୪ ମାସ ଲେଖା ପାଇଁ ନ ଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସମସ୍ତ ଚାଉଳ ଉଠାଇ ସରିଥିବା ବନ୍ଧପାରି ସରପଞ୍ଚ ଫୁଲମେ ମାଝୀ ପ୍ରକାଶ କରିଥିଲେ । ଏହି ବିଷୟରେ ବ୍ଲକ ପ୍ରଶାସନକୁ ଜଣାଇ ଦିଆଯାଇଥିଲେ ମଧ୍ୟ କେହି ସହଯୋଗ କରିନ ଥିବା ତିନିଟି ପଞ୍ଚାୟତର ହିତାଧିକାରୀ କହିଛନ୍ତି। ଯାହା ଫଳରେ ଗରିବ ଆଦିବାସୀ ମାନେ ଆଜିସୁଦ୍ଧା ଚାଉଳ ପାଇପରି ନାହାନ୍ତି। ଫଳରେ ସଂପୃକ୍ତ ଅଧିକାରୀ ମାନେ ଏନ୍ଏଫ୍ଏସ୍ଏ କୁ ଉଲଂଘନ କରି ଆଦିବାସୀ ମାନଙ୍କର ମାନବ ଅଧିକାରକୁ ହନନ କରିଛନ୍ତି । ପିଡିଏସ୍ ଆକାଉଣ୍ଟରେ ରେ ଆଜି ପର୍ଯ୍ୟନ୍ତ କୌଣସି ଲାଭ ଟଙ୍କା ଜମା କରାଯାଇ ନାହିଁ କି କେସବୁକ ମଧ୍ୟ ଲେଖାଯାଇ ନାହିଁ ବୋଲି ସରପଞ୍ଚ ଶ୍ରୀମତୀ ମାଝୀ ପ୍ରକାଶ କରିଛନ୍ତି। ଏନେଇ ଗତ ୧୦ତାରିଖ ଦିନ ବନ୍ଧପାରୀ ସରପଞ୍ଚ ଫୁଲମେ ମାଝୀ ଓ କୁମଖାଲ ସରପଞ୍ଚ ସରିତା ମାଝୀ ଜିଲ୍ଲାପଳାଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ବେଳେ ୧୧ତାରିଖ ଦିନ ଲାଞ୍ଜିଗଡ଼ ବ୍ଲକକୁ ଯାଇ ବିଡ଼ିଓ ମନୀନ୍ଦ୍ର ହୁନାଙ୍ଗା ଉପସ୍ଥିତ ନଥିବାଯୋଗୁଁ ଏବିଡ଼ିଓ ବିଭୁତି ଭୂଷଣ ସତପତିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହି ବିଷୟକୁ ଗୁରୁତ୍ୱ ମନେକରି ତୁରନ୍ତ ପଦକ୍ଷେପ ନେଇ ବକିୟା ପାଇବାକୁ ଥିବା ସମସ୍ତ ଚାଉଳ ଆଦିବାସୀ ମାନକୁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଯଦି କୌଣସି ବିଚାର ନ କରାଯାଏ ତାହାହେଲେ ତିନୋଟି ପଞ୍ଚାୟତର ସମସ୍ତ ହିତାଧିକାରୀ ଲାଞ୍ଜିଗଡ଼ ବ୍ଲକ ଘେରାଉ କାରିବାକୁ ଚେତାବନୀ ଦେଇଥିଲେ। ହେଲେ ଶୁକ୍ରବାର ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରା, ବ୍ଲକ ଯୋଗାଣ ଅଧିକାରୀ ଶିବ ପ୍ରସାଦ ମହାନ୍ତି, ବନ୍ଦପାରି ସରପଞ୍ଚ ଫୁଲମେ ମାଝୀ ଓ ପିଇଓ ଅନାଦି ଯାନୀ ତଦନ୍ତରେ ଉପସ୍ଥିତ ଥାଇ ପ୍ରଥମେ ବନ୍ଦପାରି ପଞ୍ଚାୟତ ତଦନ୍ତ କରିଥିଲେ। ତଦନ୍ତ ପରେ କେସବୁକ ୨୦୧୭ ଲେଖାହୋଇ ଥିଲେ ମଧ୍ୟ ୨ଲକ୍ଷ ୪୦ହଜାର ଡିପୋଜିତ ହୋଇନଥିବା ସରପଞ୍ଚ ପ୍ରକାଶ କରିଥିବା ବେଳେ କାଳି ସୁଦ୍ଧା ପିଡ଼ିଏସ୍ ଚାଉଳ ଆଣି ହିତାଧିକାରୀକୁ ଦେବାପାଇଁ ଜିଲ୍ଲା ଅଧିକାରୀ କହିଥିଲେ। ତେବେ ଏଠାରେ ଜନତାଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, କାହିଁକି ବରମ୍ବାର ଏହି ଅଞ୍ଚଳର ନିରିହ ଆଦିବାସୀ ମାନଙ୍କୁ ଅବହେଳା କରାଯାଉଛି ? ସରକାରୀ ସ୍ଥରରେ ଥିବା ନିତି ନିୟମକୁ କାହିଁକି ଖୋଳା ଖୋଳି ଉଲଙ୍ଘନ କରାଯାଉଛି ? ଅଭିଯୋଗ ପରେ ଅଭିଯୋଗ ହେଉଛି କିନ୍ତୁ ଦୋଷୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେଉଛିତ ? ଏପରି ଅନେକ କଥା ଅନେକ ବ୍ୟଥା । ସାଧାରଣ ଜନତା କହୁଛନ୍ତି – କାହାକୁ କହିବା, କପାଳରେ ସିନା କର ତାଡିବା ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.