କଳାହାଣ୍ଡି କଳାକାର ପେନସନଭୋଗୀ ମହା ସମାବେଶ ଓ ସାଧାରଣ ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି କଳାକାର ପେନସନଭୋଗୀ ମହା ସମାବେଶ ଓ ସାଧାରଣ ସଭା ଆଜି ମହାବୀର ସାଂସ୍କୃତିକ ଅନୁଷ୍ଠାନର ମହାବୀର ମଞ୍ଚରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳର ପେନସେନ ପାଉଥିବା ୧୦୦୦ରୁ ଉର୍ଦ୍ଧ୍ବ କଳାକାରଙ୍କ ସମାବେଶ ହୋଇଥିଲା।

Omkar Vasthu
Omkar Vasthu

ମୁଖ୍ୟ ଅତିଥିଭାବେ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା ଓ ଭବାନୀପାଟଣା ନଗରପାଳ ବିଷ୍ଣୁ ପ୍ରଧାନ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ତତ ପରେ ସଙ୍ଘର ସଭାପତି ନାଟ୍ୟ ଭୂଷଣ ପ୍ରଦୀପ ଡି. ମାଝୀଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାରେ ସରକାରଙ୍କ ଠାରେ ବିଭିନ୍ନ ଦାବି ଜଣାଇବାକୁ ନିଷ୍ପତି ନିଆଗଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଦାବି ଗୁଡିକ ମଧ୍ୟରେ:- କଳାକାର ମାନଙ୍କୁ ମିଳୁଥିବା ଭତ୍ତା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ତାରିଖ ଧାର୍ଯ୍ୟ, ବର୍ତ୍ତମାନ ପାଉଥିବା ଭତ୍ତା ୨୦୦୦ଟଙ୍କାକୁ ୬୦୦୦ଟଙ୍କାକୁ ବୃଦ୍ଧି, ସଙ୍ଘ ପାଇଁ ସଦର ମହକୁମାରେ ଜାଗାଟିଏ ଦେବାକୁ ଅନୁରୋଧ, କଳାକାରଙ୍କ ଦୃଘଟଣା ଜନିତ ବୀମା ଦେବାକୁ ଦାବି, ସଙ୍ଘ ତରଫରୁ ଜୀବିତ ପ୍ରମାଣ ପତ୍ର ଦିଆଗଲେ ତାହାକୁ ପ୍ରଶାସନ ଗ୍ରହଣ କରିବା ପାଇ ଦାବି ଜଣାଇବା ପାଇଁ ନିଷ୍ପତ୍ତି ନିଆଗଲା। ପରିଶେଷରେ ସମ୍ପାଦକ ତ୍ରିର୍ଥରାଜ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ।  ଆଗାମୀ ଦିନରେ ଜିଲ୍ଲାପାଳ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାପାଇଁ ନିଷ୍ପତ୍ତି ନିଆଗଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.