ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ‘କୋଶମ୍ୱ-୨୦୨୫’ ର ସଫଳ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା କୋଶମ୍ୱ-୨୦୨୫ ଆଗାମୀ ଜାନୁଆରୀ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ସ୍ଥାନୀୟ ପୋଲିସ ଲାଇନ୍ ପଡିଆରେ ଆୟୋଜିତ ହେବାକୁ ଯାଉଛି। ଏଥି ନିମନ୍ତେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଭାଗ ନେଇ କୋଶମ୍ୱ ମେଳା ଆୟୋଜନର ସଫଳ ରୂପାୟନ ସଂପର୍କରେ ଆଲୋଚନା ତଥା ବିଭିନ୍ନ ଦିଗ ଉପରେ ମତାମତ ଓ ପ୍ରସ୍ତାବ ଜିଲ୍ଲାପାଳଙ୍କ ସମ୍ମୁଖରେ ରଖିଥିଲେ। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ବ ରଞ୍ଜନ ନାୟକ ମଧ୍ୟ ମଞ୍ଚାସୀନ ଥିଲେ I

Omkar Vasthu
Omkar Vasthu

ଏହି ମେଳାରେ ବିଭିନ୍ନ ବିଭାଗର ପ୍ରାୟ ୨୫୦ ଷ୍ଟଲ୍ ଖୋଲିବାର ବ୍ୟବସ୍ଥା କରାଯାଇଛି I ପୂର୍ବାହ୍ନ ଏବଂ ଅପରାହ୍ନ ସମୟରେ ବିଭିନ୍ନ କର୍ମଶାଳା ମାନ ଆୟୋଜିତ ହେବ। ବିଭିନ୍ନ କୃଷିଜାତ, ଗ୍ରାମୀଣ, ହସ୍ତଶିଳ୍ପ, କୁଟୀର ଶିଳ୍ପ ଆଦି ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରୟ ହେବ I ସଂଧ୍ୟାରେ ସ୍ଥାନୀୟ, ଓଡ଼ିଶା, ତଥା ଜାତୀୟ ସ୍ତରର କଳାକାର ମାନଙ୍କ ଦ୍ବାରା ଉଚ୍ଚକୋଟୀର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ। ଜିଲ୍ଲା ସ୍ତରୀୟ ବିଭିନ୍ନ ଦଳମାନେ ମଧ୍ଯ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ। ପୁରସ୍କାର, ସମ୍ବର୍ଦ୍ଧନା, ସମ୍ମାନ ପ୍ରଦାନ ଆଦି ପର୍ବ ସହ କୃଷକ ଯନ୍ତ୍ରପାତି ମେଳା ମଧ୍ୟ ଏହି ଅବସରରେ ଆୟୋଜିତ ହେବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଡେପୁଟି ସିଇଓ, ଓରମାସ ଶ୍ରୀ ଶାନ୍ତନୁ ବାନାର୍ଜୀ ଉକ୍ତ ବୈଠକର ପରିଚାଳନା କରିଥିଲେ। ଶେଷରେ ଜିଲ୍ଲାପାଳ ଶ୍ରୀ ବିକାଶ ଏହି ମେଳାର ସଫଳ ରୂପାୟନ ନିମନ୍ତେ ଆନ୍ତବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.