ପ୍ରଗତି ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳିତ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଗତି ପାରାଡାଇଜ ପାର୍କ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସହର ନିକଟବର୍ତ୍ତୀ ପ୍ରଗତି ଶିକ୍ଷାନୁଷ୍ଠାନରେ ଦୁଇ ଦିନ ଧରି ମହାଆଡମ୍ବର ସହକାରେ  ବାର୍ଷିକ ଉତ୍ସବ ସମର୍ପଣ ୨୦୨୪ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର  ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର କୁମାର ପଟ୍ଟଯୋଶୀ ଏବଂ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ନିବେଦିତା ନାଥ ଯୋଗଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ  ପ୍ରଗତି କଲେଜର ମୁଖ୍ୟ ଅଜୟ କୁମାର ପଣ୍ଡା, ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର  ପଣ୍ଡା, କଂସେପ୍ଟ ସ୍କୁଲ ଅଧ୍ୟକ୍ଷ ଚିନ୍ମୟ ଗୁରୁ, ହାୟର ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ଶେଷଦେଵ ମୁଣ୍ଡ, ଡିଗ୍ରୀ କଲେଜ ଅଧ୍ୟକ୍ଷ ତାପସ ପରିମାଣିକ, କଲିଜିଏଟ ସ୍କୁଲ ପ୍ରଧାନ ଶିକ୍ଷକ ଲୋକନାଥ ଖଡ଼ିକାର, ଜୁନିଅର ସ୍କୁଲ ଅଧ୍ୟକ୍ଷା ଅର୍ସିଆ ସାଏଲା , ପ୍ରାଇମର ଅଧ୍ୟକ୍ଷ ଆକାଶ ନନ୍ଦ, ପ୍ରଗତି  ପରିଚାଳନା ସମିତିର ସଭାପତି ଲକ୍ଷ୍ମୀକାନ୍ତ ବେହେରା, ଭବେନ୍ଦ୍ର ପଣ୍ଡା ପ୍ରମୂଖ ଯୋଗଦାନ କରିଥିଲେ । ଏହି ଅବସରରେ ପ୍ରଗତି ଶିକ୍ଷାନୁଷ୍ଠାନରେ ନବ ନିର୍ମିତ ହୋଇଥିବା ପ୍ରଗତି ପାରାଡାଇଜ ପାର୍କକୁ ମାନ୍ୟବର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଉଦଘାଟନ କରିଥିଲେ । ସେହିଭଳି ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ଦିଗକୁ ଦୃଷ୍ଟିରେ ରଖି ନିଶୁଳ୍କ ଶିକ୍ଷାଦାନ ପ୍ରଦାନ କରିବା ନିମନ୍ତେ ପ୍ରଗତି ଇନିସିଏଟିଭ ଫର ଡେଭଲପମେଣ୍ଟ  ଏଣ୍ଡ ଏକ୍ସଚେଲନ୍ସ (ପ୍ରାଇଡ଼) ପ୍ରୋଗ୍ରାମକୁ ମଧ୍ୟ ଉଦଘାଟନ କରିଥିଲେ ।

Omkar Vasthu
Omkar Vasthu

ପ୍ରଗତି ଶିକ୍ଷାନୁଷ୍ଠାନର ଅପୂର୍ବ ସଫଳତାକୁ ପ୍ରସଂଶା କରିବା ସହିତ କଳାହାଣ୍ଡି ଅଂଚଳର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ଦିଗରେ ଯେଉଁ ପଦକ୍ଷେପ ନେବା ସହିତ ବିଏସସି ନର୍ସିଂ ପାଠ୍ୟକ୍ରମର ଆରମ୍ଭ କରାଯାଇଛି ତାକୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱାଗତ କରିବା ସହିତ  ଆଗାମୀ ଦିନରେ ଏହି ଅନୁଷ୍ଠାନରୁ ଅନେକ ନର୍ସିଂ ଛାତ୍ରଛାତ୍ରୀ ଆନ୍ତର୍ଜାତିକ କ୍ଷେତ୍ରରେ କୃତିତ୍ବ ହାସଲ କରିବା ସହିତ  ନିଯୁକ୍ତି କ୍ଷେତ୍ରରେ ସଫଳତା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ସେହିଭଳି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ସଫଳତା ପାଇଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ବିକାଶ ଆଣି ପାରିବ ସେ ଦିଗରେ ବିଶେଷ ଭାବରେ ଦୃଷ୍ଟି ଦେବ ବୋଲି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ଚଳିତ ଶିକ୍ଷା ବର୍ଷରେ ଅନୁଷ୍ଠିତ ହୋଇଥିବା ପ୍ରଗତି ପ୍ରତିଭା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁଶ୍ରୀ ସମୀକ୍ଷା ପ୍ରଧାନଙ୍କୁ ପ୍ରଥମ ପୁରସ୍କାର, ଶ୍ରୀମାନ ରାଧାକାନ୍ତ ଠେଲାଙ୍କୁ ଦ୍ଵିତୀୟ ପୁରସ୍କାର, ସୁଶ୍ରୀ ଆଦ୍ୟାଶା ଶତପଥୀଙ୍କୁ ତୃତୀୟ ପୁରସ୍କାର ପ୍ରଦାନ ସହ ଡମୀ ଚେକ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଦ୍ୟାସଗାର ମୁଣ୍ଡ ଓ ପୁଣ୍ୟଦୀପା ଖମାରୀ ମଞ୍ଚ ପରିଚାଳନା କରିଥିଲେ । ସଭାକାର୍ଯ୍ୟ ଶେଷରେ  ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଥିଲା । ପରିଶେଷରେ ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.