ନଦୀର ମାଟି ଅତଡ଼ା ଧସି ୨୪ ବର୍ଷୀୟ ଯୁବକ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ):  ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମେରମହୁଲ ନିକଟରେ ଥିବା ତେଲ ନଦୀର ମାଟି ଅତଡ଼ା ଧସି ଜଣେ ଯୁବକ ଉପରେ ଚାପି ହୋଇଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର ଭୋଳାନାଥ ଦଳେଇଙ୍କ ପୁଅ ନବୀନ କୁମାର ଦଳେଇ (୨୪) ବୋଲି ଜଣାପଡିଛି। ସେ ତେଲନଦୀକୁ ଗାଧେଇବାକୁ ଯାଇଥିଲେ। ନଦୀକୂଳରେ ବନ୍ୟା ଦ୍ୱାରା ବିଭିନ୍ନ ଘାଇ ଗୁଡିକ ସୃଷ୍ଟି ହୋଇଥିବା ବେଳେ ଗାଧୋଉ ଥିବା ସମୟରେ ମାଟି ଅତଡ଼ା ତାଙ୍କ ଉପରେ ପଡିଯାଇଥିଲା। ମାଟି ଅତଡା ଚାପରେ ନଦୀ ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ମୃତକଙ୍କ ବଡ଼ ଭାଇ ସୁଷମା ଦଳେଇ ଗତକାଲି କେଗାଁ ଥାନରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କେଗାଁ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବାକୁ ଅନେକ ଚେଷ୍ଟା କରିଥିଲେ ସୁଦ୍ଧା ଶବ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ଆଜି ସକାଳୁ ପୁଣି ତହସିଲଦାର ଚନ୍ଦନ କୁମାର ନାଏକଙ୍କ ଉପସ୍ଥିତରେ ଭବାନୀପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଅପରାହ୍ନ ସମୟରେ ଶବଟିକୁ ଉଦ୍ଧାର କରିଥିଲେ। ପୋଲିସ ୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଆଇଆଇସି ମକୁନ୍ଦ ଦେବ ନାଏକ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.