ବିଶିଷ୍ଟ ଚାଷୀ ଲବ କୁମାର ଓ ନେପାଳ ବିଶ୍ୱାଳଙ୍କ ପାଇଁ ନର୍ଲା ଗର୍ବିତ -ମଞ୍ଜୁଲତା ଗଉଡିଆ, ନର୍ଲା ପ୍ୟାକ୍ସ ସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପ୍ୟାକ୍ସ ଅଧିନସ୍ଥ ଜୟନ୍ତୀ ନଗରପଡାର ବିଶିଷ୍ଟ ଚାଷୀ ଲବ କୁମାର ଓ ରୁପ୍ରା ପ୍ୟାକ୍ସ ଅଧିନସ୍ଥ ଚାଷୀ ନେପାଳ ବିଶ୍ୱାଳ ଜିଲ୍ଲାର ଉତ୍ତମ ଚାଷୀ ଭାବରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି। ଏକ ବିଶେଷ କାର୍ଯ୍ୟକ୍ରମରେ ନର୍ଲା ପ୍ୟାକ୍ସର ସଭାନେତ୍ରୀ ମଞ୍ଜୁଲତା ଗଉଡିଆ ଚାଷୀ ଲବ କୁମାର ଓ ନେପାଳ ବିଶ୍ୱାଳଙ୍କ ପାଇଁ ନର୍ଲା ଓ ରୁପ୍ରା ପ୍ୟାକ୍ସ ଗର୍ବିତ ବୋଲି କହିଛନ୍ତି। ଧାନ ବିକ୍ରୀର ବୋନସ ପ୍ରଦାନ ପାଇଁ  ବରଗଡ ଜିଲ୍ଲାର ସୋହେଲାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ପ୍ରତି ଜିଲ୍ଲା ସଦର ମହକୁମାରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଚାଷୀ ଏବଂ ଜନସାଧାରଣ ଦେଖିଥିଲେ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ୭ ଜଣ ଅଗ୍ରଣୀ ଚାଷୀଙ୍କୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଧାନର ସହାୟକ ମୂଲ୍ୟ ଚେକ ମାଧ୍ୟମରେ ପ୍ରଦାନ କରିବା ସହ  ସମ୍ବର୍ଦ୍ଧିତ କରିଥିଲେ। ସେଥି ମଧ୍ୟରୁ ନର୍ଲା ବ୍ଲକର ଲବ କୁମାର ଓ ନେପାଳ ବିଶ୍ୱାଳ ରହିଛନ୍ତି। ନର୍ଲାରେ ଗତ ୬/୧୨ ରେ ମଣ୍ଡି ଉଦ୍ଘାଟନ ହେବା ପରେ ଗତ ୨/୧୨ ରୁ ଟୋକନ ପାଇଥିବା ପ୍ରଥମ ଚାଷୀ ଭାବରେ ଲବ କୁମାର ଧାନ ବିକ୍ରୟ ବାବଦକୁ ୧୨,୬୧୬ ଟଙ୍କା ଚେକ ଆକାରରେ ଏବଂ ରୁପ୍ରା ପ୍ୟାକ୍ସ ଅଧିନସ୍ଥ ନେପାଳ ବିଶ୍ୱାଳ ଧାନ ବିକି ୫୯,୯୮୪ ଟଙ୍କା ଚେକ ଆକାରରେ ମନ୍ତ୍ରୀ ମହାଲିଙ୍ଗଙ୍କ ଠାରୁ ଗ୍ରହଣ କରିଥିଲେ। ନର୍ଲା ବ୍ଲକ ଅଧିନସ୍ଥ ଦୁଇ ଚାଷୀ ଜିଲ୍ଲା ସ୍ତରରେ ସମ୍ବଦ୍ଧିତ ହୋଇଥିବାରୁ ନର୍ଲାରେ ଖୁସିର ଲହରୀ ଖେଳି ଯାଇଛି। ନର୍ଲା ଅଞ୍ଚଳ ପାଇଁ ଏହା ବହୁତ ବଡ ଗର୍ବ ଓ ଗୌରବର ବିଷୟ ବୋଲି ନର୍ଲା ପ୍ୟାକ୍ସ ସଭାନେତ୍ରୀ ଶ୍ରୀମତୀ ଗଉଡିଆ, ସମ୍ପାଦକ ଲବକାନ୍ତ ସା, ରୁପ୍ରା ପେକ୍ସ ସମ୍ପାଦକ କୁମୁଦ ଚନ୍ଦ୍ର ମହାନନ୍ଦ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.