ହାତୀବନ୍ଧା ଶିଶୁ ମନ୍ଦିରର ନୂତନ ଶ୍ରେଣୀ ପ୍ରକୋଷ୍ଠର ଶିଳାନ୍ଯାସ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ସରସ୍ବତୀ ଶିଶୁ ମନ୍ଦିର ଠାରେ ଏକ ନୂତନ ଶ୍ରେଣୀ ପ୍ରକୋଷ୍ଠ ନିର୍ମାଣ ନିମନ୍ତେ ଶୁକ୍ରବାର ଶିଳାନ୍ଯାସ କାର୍ଯ୍ଯ ଅନୁଷ୍ଠିତ ହୋଇଛି। ଏଥିରେ ସୁରେଶ୍ୱର ମେହେର ଓ ତାଙ୍କ ଧର୍ମପତ୍ନୀ ଲିପାଞ୍ଜଳୀ ମେହେର କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବରେ ସଦାନନ୍ଦ ୟାଦବ ଦାୟିତ୍ୱ ତୁଲାଇଥିଲେ।

Omkar Vasthu
Omkar Vasthu

ସୂଚନାଯୋଗ୍ଯ ଯେ ସୁରେଶ୍ୱର ମେହେର ନିଜ ଖର୍ଚ୍ଚରେ ଏହି ପ୍ରକୋଷ୍ଠ ନିର୍ମାଣ କରାଉଥିବା ବେଳେ ଆଜି ପ୍ରଥମ କିସ୍ତିରେ ଏ ନେଇ ଦୁଇ ଲକ୍ଷ ଅଶି ହଜାର ଟଙ୍କା ବିଦ୍ଯାଳୟକୁ ପ୍ରଦାନ କରିଥିବା ଜଣାପଡ଼ିଛି। ଶିକ୍ଷାର ବିକାଶ ନିମନ୍ତେ ଶ୍ରୀ ମେହେରଙ୍କ ଏତାଦୄଶ କାର୍ଯ୍ଯକୁ ଅଂଚଳରେ ପ୍ରଶଂସା କରାଯାଇଛି। ଅଂଚଳର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଖ୍ଯାତି ଅର୍ଜନ କରିଥିବା ଏହି ଶିଶୁ ମନ୍ଦିର ଚଳିତ ବର୍ଷ ପଚିଶ ବର୍ଷ ପୂରଣ କରୁଥିବା ବେଳେ ଅନୁଷ୍ଠାନର ରଜତ ଜୟନ୍ତୀ ପାଳନ କରିବାକୁ ବିଦ୍ଯାଳୟ କମିଟି ପ୍ରସ୍ତୁତି ଚଲାଇଥିବା ଜଣାପଡ଼ିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଜିର କାର୍ଯ୍ଯକ୍ରମରେ ଅନ୍ଯମାନଙ୍କ ମଧ୍ଯରେ ଚିତ୍ରଭାନୁସିଂ ମାଝୀ, ଧରମ ସିଂହ ମାଝୀ, କ୍ଷିରମତୀ ମେହେର, ଉମାକାନ୍ତ ମେହେର, ଆନନ୍ଦାନନ୍ଦ ମେହେର, ପ୍ରଫୁଲ୍ଲ ଦଣ୍ତସେନା, ପଦ୍ମଲୋଚନ ମେହେର, ସିମାଞ୍ଚଲ୍ ମେହେର, ଧବଳେଶ୍ଵର ମେହେର, ରମେଶ ମେହେର, କନ୍ଦର୍ପ ମେହେର, ପ୍ରଧାନ ଆଚାର୍ଯ୍ଯ ଖଗେଶ୍ୱର ଦାସ ପ୍ରମୁଖଙ୍କ ସହ ସମସ୍ତ ଗୁରୁଜୀଗୁରୁମା, ବିଦ୍ଯାଳୟ ପରିଚାଳନା କମିଟି ଓ ରଜତ ଜୟନ୍ତୀ ପାଳନ କମିଟିର ସଦସ୍ଯ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.