ସିଟିଜେନ୍ସ ହ୍ୟୁମାନ୍ ରାଇଟ୍ସ କ୍ଲିନିକ୍ ଓଡ଼ିଶାର ବାଲେଶ୍ଵର ଶାଖା ଦିବସ ଉପଲକ୍ଷେ, ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ଅଭିଯାନ କାର୍ଯ୍ୟକ୍ରମ ତରଫରୁ ବିଶ୍ଵ ମାନବାଧୂକାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସିଟିଜେନ୍‌ସ ହ୍ୟୁମାନ୍ ରାଇଟ୍‌ସ୍ କ୍ଲିନିକ୍ (C.H.R.C.), ଓଡ଼ିଶାର ବାଲେଶ୍ଵର ଶାଖା ତରଫରୁ ବିଶ୍ଵ ମାନବାଧିକାର ଦିବସ ଉପଲକ୍ଷେ, ୧୩ ତାରିଖରେ ବାଲେଶ୍ଵର ସ୍ଥିତ ପୋଲିସ୍ ଲାଇନ ଛକ ଠାରେ ଶାଖାର ମୁଖ୍ୟ ଏଡ୍‌ଭୋକେଟ୍ ପ୍ରତାପ କେଶରୀ ଦାସଙ୍କ ଆବାହକତ୍ଵରେ ଏକ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି ସଚେତନତା କାର୍ଯ୍ୟକ୍ରମକୁ ବାଲେଶ୍ଵର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ରାଜ ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଉଦ‌ଘାଟନ କରିବା ସହିତ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିମୟ ମାନି ଗାଡ଼ି ଚଳାଇବା ପାଇଁ ଜନସାଧାରଣଙ୍କ ନିମନ୍ତେ ବାର୍ତ୍ତା ରଖିଥିଲେ। ସଂଗଠନର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗୋପବନ୍ଧୁ ମଲ୍ଲିକ, ପ୍ରାକ୍ତନ ଓଡ଼ିଶା ପୋଲିସ୍‌ ମହାନିର୍ଦ୍ଦେଶକ, ପ୍ରଫେସର ତଥା ଗାଳ୍ପିକା ରଶ୍ମୀ ରାଉଳ, ପ୍ରଫେସର ଜୟକୃଷ୍ଣ ମହନ୍ତ, ଶିଳ୍ପଦ୍ୟୋଗୀ ନୃସିଂହ ଚରଣ ନନ୍ଦ, ଶଙ୍କର ଚରଣ ଜେନା, ସୁଲଗ୍ନା ସୁଚରିତା ପ୍ରଭୃତି କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଡ଼ିଚାଳକମାନଙ୍କ ପାଇଁ ନିଜ ନିଜର ସଚେତନତାର ବାର୍ତ୍ତା ଦେବା ସହିତ ବର୍ତ୍ତମାନର ସନ୍ତୁଳିତ ପରିବେଶ ପ୍ରତି ସଜାଗ ହେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ପରିପ୍ରେକ୍ଷୀରେ ସଂଗଠନର ସମସ୍ତ ସଦସ୍ୟ ଓ ଶତାଧିକ ଛାତ୍ରଛାତ୍ରୀଙ୍କର ଏକ ବିରାଟ ଶୋଭାଯାତ୍ରା ପୋଲିସ୍ ଲାଇନ୍ ଛକ ଠାରୁ ବାହାରି ଷ୍ଟେସନ ଛକ, ଫକୀର ମୋହନ ଗୋଲେଇ ଦେଇ ଫାଣ୍ଡିଛକ ପର୍ଯ୍ୟନ୍ତ ସଡ଼କ ‘ସୁରକ୍ଷା ଜୀବନ ରକ୍ଷା’ର ବିଭିନ୍ନ ସ୍ଲୋଗାନ୍ ଦେଇ ଲୋକମାନଙ୍କୁ ସଚେତନ କରାଇବା ସହିତ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇ ଆସୁଥିବା ଚାଳକମାନଙ୍କୁ ଗୋଲାପ ଫୁଲ ଦ୍ବାରା ଦୁର୍ଘଟଣା ଓ ଜୀବନ ପ୍ରତି ବିପଦ ଥିବା ବିଷୟରେ ସଚେତନ କରାଇବା ସହ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଳାଇବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ୟୁଥ୍ ଉଇଙ୍ଗ୍ ସେକ୍ରେଟାରୀ ଶ୍ରୀ ବିଶ୍ଵକେଶନ ବେହେରା, ରାଜ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ସେକ୍ରେଟାରୀ, ସେକ୍ ମୁକ୍ତାରଉଦ୍ଦିନ, ଉପଦେଷ୍ଟା ଶ୍ରୀଯୁକ୍ତ ସାଧୁଚରଣ ମଲ୍ଲିକ, ପ୍ରଫେସର୍ ପ୍ରଫୁଲ୍ଲ କୁମାର ସେଠୀ, କମ୍ଭୁ ମଲ୍ଲିକ, ପ୍ରମୋଦ କୁମାର ପଟ୍ଟାୟତ, ଇଞ୍ଜିନିୟର ବିଜୟ କୁମାର ସେଠୀ, ଆଜୀବନ ସଦସ୍ୟ ଶିଳ୍ପଦ୍ୟୋଗୀ ମୌସମ କୁମାର ସିଂ, ବିରଞ୍ଚି ନାରାୟଣ ରାଉତ, ଯୋଗେନ୍ଦ୍ର ନାଥ ଘଡ଼ାଇ, ଜଗବନ୍ଧୁ ମଲ୍ଲିକ, ଖଗେନ ଭାରତୀ, ଭାସ୍କର ମଲ୍ଲିକ, ଭବତୋଷ ବେହେରା, ଶ୍ୟାମସୁନ୍ଦର ଜେନା, ପର୍ଶୁରାମ ରାଉତ ଓ ଅନ୍ୟାନ୍ୟ ସମସ୍ତ ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଉକ୍ତ ସଚେତନତା କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯାଇଥିଲା । ସିଟିଜେନ୍ସ ହ୍ୟୁମାନ୍ ରାଇଟ୍‌ସ୍ କ୍ଲିନିକ୍‌ (C.H.R.C.), ଓଡ଼ିଶା ର ବାଲେଶ୍ଵର ଶାଖା, ଅଞ୍ଚଳରେ ବହୁ ଲୋକାଭିମୁଖୀ ଜନସଚେତନତା କାର୍ଯ୍ୟକ୍ରମ ନିରନ୍ତର ଭାବେ କରି ଆସୁଥିବାରୁ ଏହାର ସଫଳତା ପାଇଁ ବାଲେଶ୍ଵର ଶାଖାକୁ ଭୂୟସୀ ପ୍ରଶଂସା କରିବା ସହିତ ସଫଳତାର ସାର୍ଟିଫିକେଟ୍ ଓ ଟ୍ରଫି ଗତ ୧୦ ତାରିଖରେ C.H.R.C, Odisha ତରଫରୁ ଭୁବନେଶ୍ଵର ଠାରେ ଆୟୋଜିତ ବିଶ୍ଵ ମାନବାଧିକାର ଦିବସ ଅବସରରେ ପ୍ରଦାନ କରାଯାଇଥିବାର ସୂଚନା ରାଜ୍ୟ ସଭାପତି ଶ୍ରୀ ଗୋପବନ୍ଧୁ ମଲ୍ଲିକ ପ୍ରକାଶ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.