କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ଗୀତା ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାର୍ଗଶିର ଶୁକ୍ଳ ପକ୍ଷ ତ୍ରୟୋଦଶୀ ଶୁକ୍ରବାର ଦିନ ବ୍ରାହ୍ମଣ ସମାଜ, କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ବାଲାଜୀ ମନ୍ଦିର ପରିସରରେ ଗୀତା ଜୟନ୍ତୀ ସମାରୋହ ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଗୀତା ଯଜ୍ଞରେ ନିରଞ୍ଜନ ଦାଶ, ଶରତ କୁମାର ମିଶ୍ର, ସନ୍ତୋଷ କୁମାର ରଥ ଓ ଆଶିଷ କୁମାର ପଣ୍ଡା ଆଚାର୍ଯ୍ୟ ଦାୟିତ୍ୱ ସମ୍ପାଦନ କରିଥିଲେ।

Omkar Vasthu
Omkar Vasthu

ମଳୟ କୁମାର ମୁଣ୍ଡ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ବାବୁ ଯଜ୍ଞର କର୍ତ୍ତା ହୋଇଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ହେମନ୍ତ ପଣ୍ଡା, ନଗର ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ, ନର୍ଲା ବ୍ଲକ୍ ବ୍ରାହ୍ମଣ ସମାଜ ସଭାପତି ବଦ୍ରୀପ୍ରସାଦ ମିଶ୍ର, କେସିଙ୍ଗା ବ୍ଲକ ବ୍ରାହ୍ମଣ ସମାଜ ସଭାପତି ପ୍ରଦୀପ୍ତ କୁମାର ରଥ ଓ ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ଅତିଥି ଭାବରେ ମଞ୍ଚାସୀନ ଥିଲେ। ଭଗବାନ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ବଳନ ପରେ ବ୍ରାହ୍ମଣ ସମାଜର ତିନିଶହରୁ ଉର୍ଦ୍ଧ୍ବ ସଦସ୍ୟ ସଦସ୍ୟା ସାମୁହିକ ସପ୍ତଶ୍ଲୋକି ଗୀତା ଆବୃତ୍ତି କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମ୍ମାନିତ ବକ୍ତା ଶରତ କୁମାର ମିଶ୍ର ଶ୍ରୀମଦ୍ଭାଗବତ ଗୀତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ବିଜେତା ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଓ ଆନ୍ତର୍ଜାତୀୟ ପାରା ବେଡମୀନ୍ଟନ ଚାମ୍ପିଅନସିପ କ୍ରୀଡାରେ ଅଂଶ ଗ୍ରହଣ କରିଥିବା ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୀତା ଜୟନ୍ତୀ ଉପଲକ୍ଷେ ଆୟୋଜିତ ବରିଷ୍ଠ ଓ କନିଷ୍ଠ ବର୍ଗର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିବା ସହ ବ୍ରାହ୍ମଣ ସମାଜର ବାର୍ଷିକ ବିବରଣୀ ପଠନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଓ ଶେଷରେ ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ ବେଦ ମନ୍ତ୍ର ପାଠ କରିଥିଲେ। ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରାୟ ଏକ ହଜାର ବ୍ରାହ୍ମଣ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ନଗର କମିଟି ସମ୍ପାଦକ ଶେଷଦେବ ମିଶ୍ର, ବରିଷ୍ଠ ସଦସ୍ୟ ଆଦିତ୍ୟ ମିଶ୍ର, ପ୍ରଭାସ ଚନ୍ଦ୍ର ମିଶ୍ର, ସର୍ଗୀଗୁଡା ସମ୍ପାଦକ ଲିଙ୍ଗରାଜ ମିଶ୍ର, ନର୍ଲା ବ୍ଲକ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ, ଶିବାଶିଷ ପାଢୀ, ସତ୍ୟନାରାୟଣ ପାଣ୍ଡେ, ଦେବୀ ପ୍ରସାଦ ଦାଶ, ଶାନ୍ତନୁ ମୁଣ୍ଡ, ପୂର୍ଣ୍ଣଚନ୍ଦ୍ର ବେହେରା, ଚକ୍ରଧର ଦାଶ, ସନ୍ତୋଷ ଦାଶ, କୃଷ୍ଣ ମୋହନ ଯୋଷୀ, ପ୍ରମୋଦ ଖମାରୀ, ନିହାର ରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.