ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ସ୍ଥିତ  ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ଉଦଘାଟିତ ହୋଇଯାଇଛି। ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟକୁ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପାରିଷଦ ସଚିନ ଅନ୍ଧାନୀ, ଚକ୍ରଧର ବାଗ, ସମାଜସେବୀ ଦୁର୍ଗାପ୍ରସାଦ ନାଏକ, ଲଳିତ ଅଗ୍ରୱାଲ ଉପସ୍ଥିତ ରହିଥିଲେ। ଭବାନୀପାଟଣା କେ.ଡି.ସି.ସି ସହିତ ଧର୍ମଗଡ଼ ଏମ.ବି ଉ.ଆଇ.ସି ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ଟସ ଜିତି ଵୋଲିଙ୍ଗ ନେଇଥିଲେ। ଧର୍ମଗଡ଼ ମାତ୍ର ୧୭ ଓଭର ଏକ ବଲରେ ସମସ୍ତ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲେ। ଜବାବରେ ଭବାନୀପାଟଣା ୧୪ ଓଭର ଏକ ବଲରେ ୫ ଉଇକେଟ ହରାଇ ବିଜୟୀ ହୋଇଥିଲେ। ମେନ ଅଫ ଦି ମେଚ ଭବାନୀପାଟଣା କେପଟନ ଶୁଭମ ଦାସ ଘୋଷିତ ହୋଇଥିଲେ। ଦିପେନ ସାହୁ ଓ ନୀତିଶ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ବିନୟ ସାହୁ ଓ ସନ୍ତୋଷ ପୃଷ୍ଟି କରିଥିଲେ। ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ ଓ ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ। ଏହି ଖେଳରେ କ୍ଲବ ଉପ ସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନାଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କାଳିଆ କନ୍ଦପାନ, କଂନେଇ ରାଉଳ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ତୁଳସୀ ପଟ୍ଟନାୟକ, ରମଣୀ ପଣ୍ଡା, ପପୁ ପଣ୍ଡା, ସୁଜିତ ପଣ୍ଡା, ପ୍ରଭୁଦତ୍ତ ପଣ୍ଡା, ଅଶୋକ ପଟନାୟକ ସରପଞ୍ଚ ଦିବ୍ୟ ଦୀପ, ଦୀପକ ସାହୁ, କଳିଙ୍ଗ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.