୧୨ରେ କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ

ପୁରସ୍କାର ପ୍ରାପକ ସମ୍ମିଳନୀ ୧୩ରେ
ପୁରସ୍କୃତ ହେବେ ୨୪ଟି ଭାରତୀୟ ଭାଷାର ଯୁବ ଲେଖକ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର (ରଜତ ବଂଶଲ୍): ଜାନୁଆରି ୧୨ ଓ ୧୩ ତାରିଖରେ ଭୁବନେଶ୍ବରରେ ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ୧୨ ତାରିଖ ସନ୍ଧ୍ୟା ୫ଟାରେ ଉତ୍କଳ ବିଶ୍ବବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଆୟୋଜିତ ସମାରୋହରେ ସାହିତ୍ୟ ଅକାଦେମି ଦ୍ବାରା ସ୍ବୀକୃତ ୨୪ଟି ଭାରତୀୟ ଭାଷାର ଯୁବ ଲେଖକଙ୍କୁ ୨୦୨୪ ବର୍ଷର ଯୁବ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଅଧ୍ୟକ୍ଷତା କରିବେ ସାହିତ୍ୟ ଅକାଦେମିର ସଭାପତି ତଥା ବିଶିଷ୍ଟ କବି ଡକ୍ଟର ମାଧବ କୌଶିକ। ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ସୁପରିଚିତ ଇଂରାଜୀ କବି ଜେରି ପିଣ୍ଟୋ। ସଭାରେ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା ସମାପନୀ ବକ୍ତବ୍ୟ ଏବଂ ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସ୍ବାଗତ ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ଯୁବ ପୁରସ୍କାର ଗ୍ରହଣ କରିବେ ନୟନଜ୍ୟୋତି ଶର୍ମା (ଅହମିଆ), ସୁତପା ଚକ୍ରବର୍ତ୍ତୀ (ବଙ୍ଗଳା), ସେଲ୍ଫ ମେଡ୍ ରାଣୀ ବୋଡ଼ୋ (ବୋଡ଼ୋ), ହୀନା ଚୌଧୁରୀ (ଡୋଗ୍ରୀ), କେ. ବୈଶାଳୀ (ଇଂରାଜୀ), ରିଙ୍କୁ ଭଜେସିଂହ ରାଠୋଡ଼ (ଗୁଜୁରାଟୀ), ଗୌରବ ପାଣ୍ଡେ (ହିନ୍ଦୀ), ଶ୍ରୁତି ବି.ଆର. (କନ୍ନଡ଼), ମୋହମ୍ମଦ ଆଶ୍ରଫ ଭଟ (କଶ୍ମିରୀ), ଅଦ୍ୱୈତ ସାଲଗାଓଁକର (କୋଙ୍କଣୀ), ରିଙ୍କି ଝା ରିଷିକା (ମୈଥିଳି), ଶ୍ୟାମକ୍ରିଷ୍ଣନ ଆର୍ (ମାଲୟାଲମ), ୱାଇଖୋମ ଚିଙ୍ଗଖେଙ୍ଗନବା (ମଣିପୁରୀ), ଦେବୀଦାସ ସୌଦାଗର (ମରାଠୀ), ସୁରଜ ଚାପାଗାଇଁ (ନେପାଳୀ), ସଞ୍ଜୟ କୁମାର ପଣ୍ଡା (ଓଡ଼ିଆ), ରଣଧୀର (ପଞ୍ଜାବୀ), ସୋନାଲି ସୁଥର (ରାଜସ୍ଥାନୀ, ମୁନି ପାଶ୍ୱର୍ସୁନ୍ଦର ବିଜୟଜୀ (ସଂସ୍କୃତ), ଅଞ୍ଜନ କର୍ମକାର (ସାନ୍ତାଳୀ), ଗୀତା ପ୍ରଦୀପ ରୁପାନି (ସିନ୍ଧି), ଲୋକେଶ ରଘୁରମଣ (ତାମିଲ), ରମେଶ କାର୍ତ୍ତିକ ନାୟକ (ତେଲୁଗୁ) ଏବଂ ମୋହମ୍ମଦ ଜାଭେଦ ଅହମଦ (ଉର୍ଦ୍ଦୁ) । ସେହିପରି ୧୩ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ଭୁବନେଶ୍ବରର ବୁଦ୍ଧ ମନ୍ଦିର ସ୍ଥିତ ସଭାଗୃହରେ ଯୁବ ପୁରସ୍କାର ପ୍ରାପକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପୁରସ୍କାର ଗ୍ରହଣ କରିଥିବା ଯୁବ ଲେଖକ ଲେଖିକାମାନେ ନିଜ ସାରସ୍ବତ ଅନୂଭୂତି ବାଣ୍ଟିବେ । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ସାହିତ୍ୟ ଅକାଦେମିର ଉପସଭାପତି ପ୍ରଫେସର କୁମୁଦ ଶର୍ମା।

Omkar Vasthu
Omkar Vasthu

ସୂଚନୋଯାଗ୍ୟ ଯେ, ଓଡିଆ ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ ବାଲେଶ୍ବର ଜିଲ୍ଲାର ଯୁବ ଲେଖକ ସଞ୍ଜୟ କୁମାର ପଣ୍ଡା (ଓଡ଼ିଆ) ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଯୁବ ଲେଖକଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୨୦୧୧ ମସିହାରୁ ଯୁବ ପୁରସ୍କାର ଆରମ୍ଭ କରାଯାଇଥିଲା। ପ୍ରତି ବର୍ଷ ୨୪ଟି ଭାରତୀୟ ଭାଷାରେ ୩୫ ବର୍ଷ ବୟସରୁ କମ୍ ବୟସର ଜଣେ ଯୁବ ଲେଖକଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ପ୍ରତ୍ୟେକ ବିଜେତାଙ୍କୁ ପୁରସ୍କାର ସ୍ଵରୂପ ୫୦ ହଜାର ଟଙ୍କାର ଅର୍ଥ ରାଶି ସହିତ ତାମ୍ର ଫଳକ ପ୍ରଦାନ କରାଯାଇଥାଏ। ଭୁବନେଶ୍ବରରେ ଦ୍ବିତୀୟ ଥର ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମିର ଯୁବ ପୁରସ୍କାର ସମୋରାହ ଆୟୋଜିତ ହେଉଛି। ଏହି ଉତ୍ସବରେ ଯୋଗ ଦେବା ପାଇଁ ଲେଖକ ଲେଖିକା ତଥା ସାହିତ୍ୟପ୍ରେମୀମାନଙ୍କୁ ସାହିତ୍ୟ ଅକାଦେମି ପକ୍ଷରୁ ଅନୁରୋଧ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.