ନର୍ଲା ଯୁକ୍ତ ଦୁଇ କଲେଜରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି । କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଭବାନୀ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ଭାବରେ ଓଡ଼ିଆ ଅଧ୍ୟାପିକା ମିନତୀ ମେହେର, ଶିକ୍ଷା ବିଭାଗ ଅଧ୍ୟାପିକା ଲିପି ନାଗ, ସାମାଜିକ ବିଜ୍ଞାନ ବିଭାଗ ଅଧ୍ୟାପିକା ଅଙ୍କିତା ଓଝା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ଶିବିରଟିକୁ ଉଦ୍ଘାଟନ କରି ଶୃଙ୍ଖଳିତ ଭାବରେ ଛାତ୍ରୀ ମାନେ ଆତ୍ମରକ୍ଷା କରିବାର କୌଶଳ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ଦାସ ଅତିଥିଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ସ୍ୱାଗତ ଭାଷଣ ମଧ୍ୟ ପ୍ରଦାନ କରିଥିଲେ । ଅତିଥି ବୃନ୍ଦ ଆଜିର ନାରୀ ଅସୁରକ୍ଷିତ । ଉଗ୍ରଆଧୁନିକ ସମାଜରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା କୌଶଳ ଶିଖିବା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଅତିଥି ଗଣ ମାର୍ଗଦର୍ଶନ ଦେଇଥିଲେ । କଲେଜର ଶାରିରୀକ ଶିକ୍ଷକ ସୁମନ୍ତ ପୁଝାରୀ କାର୍ଯ୍ୟକ୍ରମଟିକୁ ପରିଚଳନା କରିଥିବା ବେଳେ କଲେଜର ବରିଷ୍ଠ କର୍ମକର୍ତ୍ତା ଲାଲପଣ୍ଡା ବୃନ୍ଦାବନ ଗୌଡ, ଗୋପୀନାଥ ଥପା, ଶମ୍ଭୁ ଜଡା, ଦୀପାଳୀ ପାଢୀ, ପ୍ରସନ୍ନ ଗଉଡ଼, ପ୍ରତାପ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣ ଦେବା ପାଇଁ ରିସୋର୍ସ ପର୍ସନ ଭାବରେ ଭୂବନେଶ୍ୱରରୁ ତାଲିମ୍ ନେଇ ଆସିଥିବା ଦୁଇଜଣ ଛାତ୍ରୀ କୁମୁଦିନୀ ମାଝୀ ଓ ଗୀତାଞ୍ଜଳି ବୈଠାରୁ ତାଲିମ ଦେଉଥିବା ଜଣାପଡ଼ିଛି। ନର୍ଲା ଯୁକ୍ତଦୁଇ କଲେଜର ପ୍ରଥମ ବର୍ଷର ମୋଟ୍ ୧୩୦ ଜଣ ଛାତ୍ରୀ ଏହି ଶିବିରରେ ପ୍ରଶିକ୍ଷଣ ନେଉଥିବା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏହି ଶିବିରଟି ଜାନୁୟାରୀ ୧୫ ତାରିଖ ଯାଏଁ ଚାଲିବ ଓ ଉକ୍ତଦିନ ଦିବା ୧୦ ଘଣ୍ଟା ସମୟରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.