କୋକସରା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ସ୍ଥିତ ଗୁଡହାଣ୍ଡି ମଞ୍ଚରେ ବୁଧବାର ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୫ ଉଦଘାଟିତ ହୋଇଛି। ପ୍ରଥମେ କଳାହାଣ୍ଡିର ଆରଧ୍ୟ ଦେବତା ଆମପାଣିର ବୁଢ଼ାରଜା ଦେବଙ୍କ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା କୋକସରା ପହଞ୍ଚିଥିଲା। ସେହିପରି ଲଡୁଗାଁ ରୁ ଶୀତଳା ଦେବୀ, ପରେ କୋକସରା ମା’ ଠାକୁରାଣୀ ମନ୍ଦିରରୁ ମଧ୍ୟ ଏକ ମଶାଲ ଶୋଭାଯାତ୍ରା ବାହାରି ଥିଲା। ସମସ୍ତ ଦେବଦେବୀଙ୍କ ମଶାଲ ଏକତ୍ରିତ ହେବା ପରେ ପାରମ୍ପରିକ ବାଦ୍ୟ, ମାଝୀଗୁଡାର ବନାବାଡି, ରାଜ ମୋଟେର ସଂକିର୍ତନ ଦଳ, କାସିବାହାଲ ଘୁମୁରା ଦଳ, କଣ୍ଢେଇ ନାଚ, ଶତନାମ ନୃତ୍ୟ ସହ ଆଦିବାସୀ ବେଶଭୂଷାରେ ବିଭିନ୍ନ ନୃତ୍ୟ ଦଳ ମଶାଲ ଯାତ୍ରାରେ ସାମିଲ ହୋଇଥିଲେ। ପରେ ଦେବାଦେବୀଙ୍କ ମଶାଲ ଉତ୍ସବ ପଡ଼ିଆ ନିକଟରେ ପହଞ୍ଚିବା ପରେ ଗୁଡହାଣ୍ଡି ମଞ୍ଚ ନିକଟକୁ ପାଛୋଟି ନେଇ ମଶାଲ ସ୍ଥାପନ କରାଯାଇଥିଲା। ବ୍ଳକ ଅଧ୍ଯକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ଅନୁଷ୍ଠାନିକ ଭାବେ ମଞ୍ଚ ଉଦଘାଟନ କରିଥିଲେ। ବିଡିଓ ହିମାଞ୍ଚଳ ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଓମ୍ଫେଡ ସଭାପତି ତଥା କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, କୋକସରା ଜୋନ ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ବାଗ, ମୋଟେର ଜୋନ ଜିଲ୍ଲାପରିଷଦ ବୈଜୟନ୍ତୀ ପୁଝାରୀ, ସମିତି ସଭ୍ୟ ସଭାପତି ଘନଶ୍ୟାମ ନାଏକ, ମଞ୍ଚାସିନ ଥିଲେ। କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର ରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ଅତିଥି ପରିଚୟ ଓ ଭାଷ୍ୟକାର ପଙ୍କଜମୁଖ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବିଡ଼ିଓ ହିମାଞ୍ଚଳ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସାଂସ୍କୃତିକ ଦଳ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। କବିତା ପାଠୋତ୍ସବ କମିଟିର ଆବାହକ ମୋହନ ଚରଣ ବିଶିଙ୍କ ଆବାହକତ୍ୱରେ କଳାହାଣ୍ଡିର କଲା, ସଂସ୍କୃତି, ସଭ୍ୟତାକୁ ନେଇ କବି ମାନେ କବିତା ପାଠ କରିଥିଲେ। ଉତ୍ସବ କମିଟି ପକ୍ଷରୁ ସ୍ବତନ୍ତ୍ର ଭାବେ ଷ୍ଟଲ କରିଥିବାବେଳେ କୃଷି ବିଭାଗ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ସ୍ବାସ୍ଥ୍ୟ ବିଭାଗ, ମିଶନ ଶକ୍ତି ମାଧ୍ଯମରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଛତୁ, ଧୁପକାଠି, ଜୈବିକ ସାର, କୁମ୍ଭକାର ମାନଙ୍କ ମାଟି ତିଆରି ସାମଗ୍ରୀ ଆଦି ପ୍ରଦର୍ଶିତ ହୋଇଛି। କୋକସରା ଜବାହର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରିଥିବାବେଳେ ମଞ୍ଚକୁ ପଙ୍କଜ ମୁଖ ଚୌଧୁରୀ ପରିଚାଳନା କରିଥିଲେ। ବ୍ଳକ ପ୍ରଶାସନ ପକ୍ଷରୁ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ଜିପିଡିଓ ବିରଞ୍ଚି ଖର୍ସେଲ ସମେତ ଉତ୍ସବ କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ। ଉତ୍ସବରେ ବ୍ଳକର ସମସ୍ତ କର୍ମଚାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ଓ ଜନପ୍ରତିନିଧୂ, ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଅଞ୍ଚଳର ଜନ ସାଧାରଣ ଉତ୍ସବ ପଡ଼ିଆରେ ଉପସ୍ଥିତ ରହି ବିଭିନ୍ନ ଷ୍ଟଲ ବୁଲିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ସେହିପରି ପ୍ରଥମ ଦିବସର ଦ୍ବିତୀୟ ପର୍ଯ୍ୟାୟ ତଥା ସାଂସ୍କୃତିକ ସନ୍ଧ୍ୟାରେ ବିଡ଼ିଓ ହିମାଞ୍ଚଳ ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୈାରି ଶଙ୍କର ମାଝୀ ଯୋଗଦେଇଥିଲେ। ମୁଖ୍ୟବକ୍ତା ସତ୍ୟନାରାୟଣ ମହାପାତ୍ର ଯୋଗ ଦେଇ କଳାହାଣ୍ଡି ମାଟି ପାଇଁ ଗୁଡାହାଣ୍ଡି ମାଟିର ପ୍ରାଚୀନ ସଭ୍ୟତା, ମୋହନଗିରି ଶୈବ ପିଠ ଓ ନର୍ଲା ଅସୁରଗଡ଼ ମୁଦ୍ରାବିନିମୟ କେନ୍ଦ୍ର ବୋଲି ଗବେଷଣାରୁ ଜଣାଯାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀ ତୃପ କୁମାର ପାତ୍ର, ତହସିଲଦାର ନବୀନ କିଶୋର ପାଢ଼ୀ ମଞ୍ଚାସୀନ ହେଇଥିଲେ। ବିଭିନ୍ନ ସାଂସ୍କୃତିକ ନୃତ୍ୟ ମଧ୍ୟରେ ଦିଗପହଣ୍ଡିର ଟେଡି ଡ୍ୟାନ୍ସ, ଟିଟିଲାଗଡ଼ର ବଜାଶାଲ, ଭୁବନେଶ୍ୱରର ଲାବଣୀ, କଟକ ଶୁଭଶ୍ରୀ ଗ୍ରୁପ, ସାଗରଗ୍ରୁପ କୋଟପାଟର ଢେମସା ଲୋକନୃତ୍ୟ ପରିବେଷିତ ହୋଇଥିଲା। ମଞ୍ଚ ଉପସ୍ଥାପନ ସୁଧୀର କୁମାର ପଣ୍ଡା, ସଞ୍ଜିବ କୁମାର ପାଢ଼ୀ, ପଙ୍କଜମୁଖ ଚୌଧୁରୀ କରିଥିବାବେଳେ ସାଂସ୍କୃତିକ ମଞ୍ଚକୁ କୋକସରା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ, ସୁଭଶ୍ରୀ ଚୌଧୁରୀ, ରୋଶନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ପ୍ରତିଭାବାନ ବ୍ୟକ୍ତି; ସଞ୍ଜୟ ପୁରୋହିତ, ସିଦ୍ଧାର୍ଥ ବେସ୍ରା, ଦିପ୍ତିମୟୀ ପାଣିଗ୍ରାହୀ,ଶିବାନୀ ନାଏକ, ଦାଶରଥୀ ସରାଫ, ରଜତ ବଂଶଲ, ପ୍ରୟାଗ ରାଜ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.