ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ୧୮ତମ ପ୍ରବାସୀ ଭାରତୀୟ ଦିବସ ୨୦୨୫

ମାଆ ମାଟି ପ୍ରତି ବୌଦ୍ଧିକ ଅବଦାନ, ସମସ୍ତଙ୍କ କର୍ତ୍ତବ୍ଯ, କହିଲେ କୁଳପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): “ସଂଯୋଗସୂତ୍ର ଓ ଗୋଷ୍ଠୀମାନଙ୍କୁ ଆପଣେଇବାର ସହ ଆମେ ପ୍ରବାସୀଙ୍କୁ ସମ୍ମାନ କରୁ,” ସ୍ଲୋଗାନ ସହିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ୨୦୨୫ ପାଳନ କରାଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଏବଂ ଉଚ୍ଚଶିକ୍ଷା ବିଭାଗ,ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ଏହି ତିନିଦିନିଆ ଦିନିଆ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ସହଯୋଗରେ ଜାନୁଆରୀ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟରେ ପାଳନ କରାଯାଇଛି। ଜନ ଭାଗିଦାରୀଙ୍କ ପଦ୍ଧତିରେ ପ୍ରବନ୍ଧ, ବିତର୍କ, ଏବଂ କୁଇଜ୍ ଭଳି ବିଭିନ୍ନ ପ୍ରତିଯୋଗିତା, ଏକ ମାରାଥନ୍, ୱାକାଥନ୍, ଏବଂ ସାଇକ୍ଲୋଥନ୍ ସହିତ ପ୍ରବାସୀ ଭାରତୀୟମାନଙ୍କ ଅବଦାନକୁ ଆଲୋକିତ କରିବା ଉଦ୍ଦେଶ୍ଯରେ ଏହା ଆୟୋଜିତ ହୋଇଥିଲା । ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୧୦ ଜାନୁଆରୀରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା। ନିଜ ଉଦବୋଧନରେ ସେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁମାନେ ନିଜ ଜୀବନର ଅନେକ ବର୍ଷ ଭାରତ ବାହାର ଦେଶରେ ବସବାସ କରିବା ସହ ଓଡ଼ିଶାର ବିକାଶକ୍ଷେତ୍ରରେ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସଫଳତାର ସହ ସଂପାଦନ କରିଆସିଛନ୍ତି। ପ୍ରଫେସର ଚିତ୍ତ ବରାଳ, ଶ୍ରୀ ପ୍ରଫୁଲ୍ଲ ମହାନ୍ତି, ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ, ଡକ୍ଟର ଏସ.କେ ଦାଶ, ଏବଂ ଆହୁରି ଅନେକ ପ୍ରବାସୀ ଉତ୍କଳୀୟଙ୍କ ଉଦାହରଣ ଦେଇ, କୁଳପତି ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ।

Omkar Vasthu
Omkar Vasthu

ଏହି ସଭାରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ନିର୍ଦ୍ଦେଶକ-ଛାତ୍ର କଲ୍ୟାଣ, ଡକ୍ଟର ନିହାର ରଂଜନ ରାଉତ ମୂଲ୍ୟବାନ ଉଦବୋଧନ ପ୍ରଦାନ କରିଥିଲେ।
ବୁଲଗେରିଆରେ ଭାରତୀୟ ରାଷ୍ଟ୍ରଦୂତ ଶ୍ରୀ ଅରୁଣ କୁମାର ସାହୁ ଏହି ସେମିନାରରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ସ୍ଥାନାନ୍ତରଣ, ଅଣ-ବାସିନ୍ଦା ଭାରତୀୟଙ୍କ ଅଧିକାର ଏବଂ ପାରମ୍ପାରିକ ଦେଶମାନଙ୍କ ମଧ୍ୟରେ ଆଜିର ଯୁବପିଢ଼ିଙ୍କ ସଂଯୋଗ ଆବଶ୍ୟକତା ଉପରେ ବିଭିନ୍ନ ଦୃଷ୍ଟିକୋଣ ଉପରେ ଆଲୋଚନା କରିଛନ୍ତି। ବୈଷୟିକ ତଥା ପାରମ୍ପରିକ ରୁଚି ଓ ଆଗ୍ରହ ପ୍ରତି ଦେଶର ପ୍ରମୁଖ ଯୋଗାଯୋଗର ମାଧ୍ୟମ ହୋଇପାରିବ ନେଇ ଆଶାବ୍ୟକ୍ତ କରିଥିଲେ। ଏହା ସହିତ ଏହି ସେମିନାରରେ ମାଲେସିଆ ସ୍ଥିତ ପେଟ୍ରୋନାସ, ପ୍ରିନ୍ସିପାଲ୍ ଜିଓ ସାଇଣ୍ଟିଷ୍ଟ୍ ଡ଼କ୍ଟର ସତ୍ୟବ୍ରତ ନାୟକ ଏବଂ ବ୍ରାଜିଲର ସାଓ ପାଉଲୋ ବିଶ୍ୱବିଦ୍ୟାଳୟର ଡକ୍ଟର ପାର୍ଥସାରଥୀ ଜେନା ଯୋଗ ଦେଇଥିଲେ ଏବଂ ବିଦେଶୀ ଭାରତୀୟ ଭାବରେ ସେମାନଙ୍କର ଜୀବନଯାତ୍ରା ଏବଂ ଅବଦାନ ବାଣ୍ଟିଥିଲେ। ସେମାନେ ବିଦେଶରେ ଏକାଡେମିକ୍ ସୁବିଧା ଏବଂ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଉଚ୍ଚ ଅଧ୍ୟୟନ ପାଇଁ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ । ୧୮ ତମ ପ୍ରବାସୀ ଭାରତୀୟ ଦିବସ ୨୦୨୫, ପାଇଁ ବିଷୟବସ୍ତୁକୁ ଏକ ବିକାଶ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇ “ବିକାଶ ଭାରତ ପାଇଁ ପ୍ରବାସୀଙ୍କ ଅବଦାନ” ରଖାଯାଇଛି। ଏଥି ସଂପର୍କିତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଏବଂ କାର୍ଯ୍ୟକଳାପରେ ବିଜେତା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଏବଂ ପଦକ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମର ନୋଡାଲ୍ ଅଧିକାରୀ ଶ୍ରୀ ଅରୁଣ କୁମାର ନାୟକ ତିନିଦିନିଆ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ବିବରଣୀ ପାଠ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟକ୍ରମର ଦାୟିତ୍ୱ ଡ଼କ୍ଟର ଦୀପଙ୍କର ଜେନା, ଡ଼କ୍ଟର ବିଶ୍ୱଜିତ ପରିଡା, ଅଭୟ କୁମାର ନାୟକ, ଚିନ୍ମୟ କୁମାର ଦାସ, ଡ଼କ୍ଟର ଜୟକୃଷ୍ଣ ଦାସ, ଉଜ୍ୱଳ ଦାସ, ଭବାନୀ ଶଙ୍କର ଜେନା ପ୍ରମୁଖ ଗ୍ରହଣ କରିଥିଲେ। ଡ଼କ୍ଟର ବିଶ୍ୱଜିତ ପରିଡା କାର୍ଯ୍ୟକ୍ରମର ସଂଚାଳନା କରିଥିବା ବେଳେ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଉଲ୍ଲେଖଯୋଗ୍ଯ, ଭାରତର ବିକାଶରେ ବିଦେଶୀ ଭାରତୀୟଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରଭାସୀ ଭାରତୀୟ ଦିବସ ପାଳନ କରାଯାଏ । ଏହା ଭାରତ ସରକାରଙ୍କ ଦ୍ବାରା ସଂଗଠିତ ହୋଇଛି ଏବଂ ପ୍ରବାସୀ ଭାରତୀୟ ସହିତ ଯୋଡିହେବା ଏବଂ ସେମାନଙ୍କର ସଫଳତାକୁ ସ୍ୱୀକାର କରିବା ପାଇଁ ଏକ ପ୍ରକୃଷ୍ଟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରୁଅଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.