ରେଳ ଧାରଣାରେ ଦାଦନ ଶ୍ରମିକଙ୍କ ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ତାମିଲନାଡୁରେ ବଲାଙ୍ଗିରର ଦୁଇ ଯୁବକଙ୍କ ମୃତ୍ୟୁ । ରେଳଧାରଣା ରୁ ଉଦ୍ଧାର ହେଲା ଯୁବକ ଦ୍ବୟଙ୍କ ମୃତଦେହ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ରୋଜଗାର ପାଇଁ ନୂଆବର୍ଷ ଦିନ ଘର ଛାଡ଼ିଥିଲେ ଯୁବକ। ବଲାଙ୍ଗିର ସହର ହାତୀସାଲ ପଡ଼ାରୁ ତାମିଲନାଡୁ ଯାଇଥିବା ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ଉମେଶ ପାଣ୍ଡେ ଓ କୁନୁ ବଞ୍ଛୋର୍। ସୂଚନା ଅନୁଯାୟୀ ଉମେଶ ଓ କୁନୁ ନୂଆବର୍ଷ ଦିନ ତାମିଲନାଡୁର ଏକ ଘରୋଇ କମ୍ପାନୀରେ କାମ କରିବାକୁ ଘରୁ ବାହାରି ଯାଇଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ସେମାନେ ଚେନ୍ନାଇରେ ପହଞ୍ଚି ସାରିଥିଲେ। ପରେ ତାଙ୍କ ସହିତ ଫୋନରେ ପରିବାର ଲୋକଙ୍କ ଯୋଗାଯୋଗ ହୋଇପାରିନଥିଲା । ତେବେ ଆଜି ପୂର୍ବାହ୍ନରେ ହଠାତ ଏକ ଫୋନ ଆସି ଏଭଳି ଦୁଃଖଦ ଖବର ମିଳିଛି । ତାମିଲନାଡୁ ରାଜ୍ୟର ପେରାମ୍ବର ନାମକ ଏକ ସ୍ଥାନରେ ରେଳଧାରଣା ଉପରୁ ଦୁଇଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏହା ଶୁଣିବା ପରେ ଉଭୟଙ୍କ ଘରେ କାନ୍ଦ ବୋବାଳିରେ ଫାଟି ପଡୁଛି। ପରିବାର ଙ୍କ ପାଖରେ ଶବ ଆଣିବା ପାଇଁ ଅର୍ଥ ବାଧକ ସାଜିଛି। ବର୍ତ୍ତମାନ ଧାର ଉଦ୍ଧାର କରି ପରିବାର ଲୋକେ ଶବ ଆଣିବା ପାଇଁ ତାମିଲନାଡୁ ବାହାରିଥିବା ପରିବାର ଲୋକେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ପୀଡ଼ିତା ପରିବାର ଙ୍କ ପାଖରେ ଶ୍ରମଦିଭାଗ କି ଜିଲ୍ଲା ପ୍ରଶାସନ ପହଞ୍ଚି ନଥିବା ସୂଚନା ରହିଛି। ଖବରପାଇ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହି ଶବ ଆଣିବାକୁ ଆର୍ଥିକ ସହାୟତା ଦେଇଛନ୍ତି। ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। କେହି ତାଙ୍କୁ ହତ୍ୟା କରି ରେଳ ଧାରଣାରେ ପକାଇ ଦେଇଥିବା କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.