ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା/ ସଇଁନ୍ତଳା (ରମାକାନ୍ତ ରାଜପଲିଆ| ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁନ୍ତଳା ବ୍ଲକ ଘୁନସର ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି | ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ନୋଡାଲ ଅଫିସର ଇଂରାଜୀ ଅଧ୍ୟାପକ ଅମିତାଭ କୁମାର ପଟେଲ, ଓଡ଼ିଆ ଅଧ୍ୟାପକ ନିରାକାର ସାହୁ, ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନ ଚରଣ ବାଗ, ଅର୍ଥନୀତି ଅଧ୍ୟାପକ ନାରାୟଣ ବୁଡେକ୍, କିରାଣୀ ଶତ୍ରୁଘ୍ନ ଗହିର, ଗ୍ରନ୍ଥାଗାରିକ ସରୋଜ ରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆତ୍ମରକ୍ଷା ତାଲିମର ଆବଶ୍ୟକତା ସମ୍ବନ୍ଧରେ ବୁଝାଇଥିଲେ | ମାଷ୍ଟର ଟ୍ରେନର ରେବତୀ ପନିଗିରି ଓ ଲକ୍ଷ୍ମୀପ୍ରିୟା ସାହୁ ତାଲିମ ପ୍ରଦାନ କରୁଛନ୍ତି | ଉକ୍ତ କାର୍ଯ୍ୟକ୍ରମ ଆଠ ଦିନ ଯାଏ ଚାଲିବ |