ରତ୍ନୀ ତାଣ୍ଡି ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଗୋଡ଼ ଭଞ୍ଜା ବାପୁଜୀ ଯୁବକ ସଂଘ ଆନୁକୂଲ୍ୟରେ ଚାଲିଥିବା ରତ୍ନୀ ତାଣ୍ଡି ସ୍ମାରକୀ ପଞ୍ଚ ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ପ୍ରଥମ ସେମିଫାଇନାଲ ଖେଳ ମଣ୍ଡଳ ଓ ବଣିଜରା କର୍ଲାକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ମଣ୍ଡଳ ବିଜୟୀ ହୋଇଥିଲା। ଦ୍ବିତୀୟ ସେମିଫାଇନାଲ ଖେଳ ପାଣି ଗାଁ ଏବଂ ବୁଟି ଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ପାଣି ଗାଁ ଵିଜୟୀ ହୋଇ ଫାଇନାଲ କୁ ଉନ୍ନିତ ହୋଇଥିଲା।ପରେ ଫାଇନାଲ ଖେଳ ପାଣି ଗାଁ ଏବଂ ମଣ୍ଡଳ ମଧ୍ୟରେ ହୋଇଥିବା ବେଳେ ମଣ୍ଡଳ ଫୁଟବଲ ଖେଳାଳୀ ମାନଙ୍କୁ ପରାସ୍ତ କରି ପାଣି ଗାଁ ଦଳ ଚମ୍ପିୟାନ ଟ୍ରଫି ହାସଲ କରିଥିଲା।

ଏନେଇ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମନଧର ତାଣ୍ଡି ସଭାପତିତ୍ବ କରିଥିବା ବେଳେ ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ପ୍ରକାଶ ଦୁରିଆ, ଦୀପଚନ ସାହୁ, ଅନ୍ତରାମ ବାଣୁଆ, ଧୃବ ଚରଣ ସାହୁ, ଭୈରବ ଜାଲ ପ୍ରମୁଖ ମଞ୍ଚାସିନ ରହିଥିଲେ।

ସ୍ବର୍ଗତ ରତ୍ନୀ ତାଣ୍ଡି ଙ୍କ ସୁପୁତ୍ର ବୈବସୁତ ତାଣ୍ଡି, କୁଶ ତାଣ୍ଡି, ମଏନା ବେଣୁ ପାଣି ସମେତ ପରିବାର ବର୍ଗ ଉପସ୍ଥିତ ରହି ଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ବିଜେତା ଏବଂ ଉପଵିଜେତା ଦଳ କୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।ଆୟୋଜକ ଅନୁଷ୍ଠାନର ସଭାପତି ଋଷି ମଣି ବାଣୁଆ, ପ୍ରତାପ ବାଣୁଆ, ଦେବେନ୍ଦ୍ର ବାଣୁଆ, ଯୋଗେଶ୍ୱର ରାଉତ, ତୋଫାନ ବାଣୁଆ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.