ଫେବୃୟାରୀ ୧୩ରେ ହେବ ଡାବୁଗାଁ ମଣ୍ଡେଇ

ପାରମ୍ପରିକ ବୈଠକ ବେହେରନ୍ ରେ ନିଆଗଲା ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଡାବୁଗାଁ ସଦର ମହକୁମା ସ୍ଥିତ ବାବା ଭୈରବଙ୍କ ମନ୍ଦିର ନିକଟରେ ରବିବାର ସନ୍ଧ୍ୟାରେ ଡାବୁଗାଁ ଅଞ୍ଚଳବାସୀ  ପାରମ୍ପରିକ ବୈଠକ ‘ବେହେରନ୍’ରେ ଏକତ୍ରିତ ହୋଇଥିଲେ। ସମସ୍ତଙ୍କ ମତାମତ ପରେ ଆଗାମୀ ଫେବୃଆରୀ ୬ ତାରିଖରେ ଡାବୁଗାଁରେ ଦୁଲାରଡେଇ ବଜାର ହେବ। ୧୨ତାରିଖ ରେ ଡାବୁଗାଁର ଇଷ୍ଟ ଦେବ ବାବା ଭୈରବ ବା ବଡ଼ଦେବତାଙ୍କ ପୂଜା ହେବ ଓ ଫେବୃଆରୀ ୧୩ରେ ଡାବୁଗାଁରେ ପାରମ୍ପରିକ ମଣ୍ଡେଇ ହେବ। ସବୁବର୍ଷ ଭଳି ଏବର୍ଷ ମଧ୍ୟ୍ୟ ଧୂମଧାମରେ ଏହି ପର୍ବ ପାଳନ କରିବା ପାଇଁ ସ୍ଥିରୀକୃତ ହୋଇଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.