ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ପକ୍ଷରୁ ‘କୈଶର ଜୀବନଶକ୍ତି’ ସମ୍ପର୍କିତ କର୍ମଶାଳା ଆୟୋଜିତ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ତରଫରୁ “କୈଶର ଜୀବନଶକ୍ତି” (Teen Vitality) ସମ୍ପର୍କିତ ଏକ କର୍ମଶାଳା ସ୍ଥାନୀୟ ସ୍ବସ୍ତି ଗ୍ରାଣ୍ଡ ଠାରେ ଆୟୋଜିତ ହୋଇଯାଇଛି। ‘ପିକକ’ ଏବଂ ‘ଚେତନା’, ଭୁବନେଶ୍ଵରର ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧ‌ିକ କିଶୋର ବାଳକ ଏବଂ ବାଳିକା ଯୋଗ ଦେଇଥିଲେ। କିଶୋର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଆଇ.ଏ.ଏସ ତଥା ରୋଟାରୀର ୨୦୨୬-୨୭ ର ଜିଲ୍ଲା ପ୍ରାନ୍ତପାଳ ଶ୍ରୀ ଅନିଲ ସାମଲ ଯୋଗ ଦେଇ ଏହା ଏକ ସମୟୋଚିତ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ମାନସିକ ସ୍ଵାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡଃ ସାରଦା ପ୍ରସନ୍ନ ସ୍ଵାଇଁ ଯୋଗ ଦେଇ କିଶୋର ମାନଙ୍କର ମାନସିକ ବିକାଶର ଆବଶ୍ୟକ‌ତା ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରାକ୍ତନ ସଭାପତି ଆର୍ଯ୍ୟା କୁମାରୀ ପାଣିଗ୍ରାହୀଙ୍କର ପୋରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ ଡଃ ଶୁଭେନ୍ଦୁ ଦାସ ପରିଚାଳନା କରିଥିଲେ। କ୍ଲବ ସମ୍ପାଦକ ଦେବିଦତ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଡଃ ନାରାୟଣ ଚନ୍ଦ୍ର ପତି, ଡଃ ପୁରୋରମା ପ୍ରଧାନ, ଡଃ ଦେବାଶିଷ ରାୟ, ମାନସିକ ସ୍ବାସ୍ଥ୍ୟ ବିଶାରଦ ଡଃ ଜୟ ପ୍ରକାଶ ରୁସେଲ ରାବଣ, ଡଃ ଯଶୋବନ୍ତ ମହାପାତ୍ର ବିଭାଗୀୟ ମୁଖ୍ୟ, ଡଃ ଜିଜ୍ଞାସା ଈପସିତା ପଟ୍ଟନାୟକ, ପ୍ରଥମ ସଭାପତି ଡଃ ସରୋଜ କୁମାର ତ୍ରିପାଠୀ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି ଆଲୋଚନା ଚକ୍ରରେ ସଭାପତି ଲକ୍ଷ୍ମୀକାନ୍ତ ପାଲିତ, ନିରଜ ନୟନ ଦତ୍ତ, ମିନତୀ ମହାପାତ୍ର, ସୁଧୀର ବେହେରା, ଧୀରେନ ଚାନ୍ଦ ନାୟକ, ଡଃ ଅନନ୍ତ କିଶୋର ଜେନା, ଦିବ୍ୟ ରଞ୍ଜନ ଦାଶ, ରାମକୃଷ୍ଣ ସାହୁ, ସଙ୍ଘମିତ୍ରା ରଥ, ଲିଲିନା ମିଶ୍ର, ସୁନୀଲ ରାଉତ, ବୃନ୍ଦାବନ ମଲ୍ଲିକ, ସୌଭାଗ୍ୟ ରଞ୍ଜନ ଭୂୟାଁ ଓ ଅନ୍ୟ ପ୍ରମୁଖ ସଭ୍ୟମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.