ରାଜ୍ୟସ୍ତରୀୟ ଜୟ ହିନ୍ଦ୍ ଲୋକ ସାହିତ୍ୟ ସମାରୋହ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ୬୮ ତମ ରାଜ୍ୟସ୍ତରୀୟ ଜୟ ହିନ୍ଦ ଲୋକ ସାହିତ୍ୟ ସମାରୋହ ୨୦୨୫ ଶ୍ରୀ ରାମଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହା ରାଜ୍ୟସ୍ତରୀୟ ପ୍ରଥମ ସଂଳାପ ସାହିତ୍ୟ ଓ ଜାତୀୟ ଅସ୍ମିତା ସାହିତ୍ୟ ସମାରୋହ । ପ୍ରଥମ ଅଧିବେଶନରେ “ଜୟ ହିନ୍ଦ୍ ସୁଭାଷ” ଶୀର୍ଷକ ରାଜ୍ୟସ୍ତରୀୟ କବିତା ପାଠ କରାଯାଇଥିଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ଷାଠିଏ ଜଣ କବି କବିତା ପାଠ ସହିତ ଦେଶତ୍ମକବୋଧ ସଙ୍ଗୀତ ଗାନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର “ନେତାଜୀଙ୍କ ଜାତୀୟତାବାଦ ଦର୍ଶନ ” ଶୀର୍ଷକ ରେ ଅତିଥି ବକ୍ତାବୃନ୍ଦ ଗବେଷଣାତ୍ମକ ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ କୈବଲ୍ୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ ସାମନ୍ତରାୟ ସଭାପତିତ୍ବ କରି ଦେଶର ପ୍ରଗତି ପାଇଁ ଜାତୀୟତାବାଦ ସମ୍ପର୍କିତ ସାହିତ୍ୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ।

ମୁଖ୍ୟ ଅତିଥି ଇଂ ପ୍ରକାଶ ଚନ୍ଦ୍ର ସେଠି, ମାନ୍ୟବର ବିଧାୟକ (କଟକ ସଦର) ନେତାଜୀ ସୁଭାଷ ବୋଷଙ୍କ ଜାତୀୟ ଚେତନା ବିଶ୍ୱବାସୀଙ୍କୁ ପ୍ରଭାବିତ କରିଥିଲା ବୋଲି ପ୍ରସଙ୍ଗ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ କର୍ମକର୍ତ୍ତା ବେଦମନ୍ତ୍ର ପଠନ କରି ନେତାଜୀ ସେବା ସମ୍ମାନ ୨୦୨୫ ତାଙ୍କୁ ପ୍ରଦାନ କରିଥିଲେ । ଉଦ୍ ଘାଟକ ଶ୍ରୀ ଶ୍ରୀ ମାନସ ଚୈତନ୍ୟ ମହାରାଜା, ଅଧକ୍ଷ କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।


ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶ୍ରୀରାମ ଦାଶ ବରିଷ୍ଠ ସ୍ତମ୍ଭକାର ଓ ସାହିତ୍ୟିକ ନେତାଜୀଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ ।ସାହିତ୍ୟର ସର୍ବଶ୍ରେଷ୍ଠ କୃତି ପାଇଁ ତାଙ୍କୁ ନେତାଜୀ ସାରସ୍ବତ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଅତିଥି ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ସମ୍ପାଦକ ନବକାକଳି ନେତାଜୀ ସ୍ଵାଧୀନତା ସଂଗ୍ରାମର ମୁଖ୍ୟ ସାରଥୀ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବ ସାହିତ୍ୟିକା ଓ ସମାଜସେବୀ ସ୍ନେହଶ୍ରୀ ସ୍ୱାଇଁ,ସାହିତ୍ୟିକ ତ୍ରିଲୋଚନ ପାଢ଼ୀ, ସାହିତ୍ୟିକ ବିପିନ ଦଳେଇ, ସାହିତ୍ୟିକ ହିମାଂଶୁ ମହାନ୍ତି, କବି ହିମାଂଶୁ ଭୂଷଣ ଜେନା, କବୟିତ୍ରୀ ଭଗବତୀ ଖଟୁଆ, କବୟିତ୍ରୀ ବ୍ରଜେଶ୍ୱରି ସିଂହ, କବୟିତ୍ରୀ ବୈଜୟନ୍ତୀ ସାହୁ ଯୋଗଦାନ କରି ନେତାଜୀଙ୍କ ଦର୍ଶନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ । କୋଡ଼ିଏଟି ସାମାଜିକ ସେବା ସଂଗଠନ ଏବଂ ପଚାଶ ଜଣ ସମାଜସେବୀଙ୍କୁ ନେତାଜୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଦଶଗୋଟି ସାହିତ୍ୟ ଅନୁଷ୍ଠାନକୁ ନେତାଜୀ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ଦୁଇଶହ ସାରସ୍ବତ ସ୍ରଷ୍ଟାଙ୍କୁ ନେତାଜୀ ସାରସ୍ବତ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା ।

ଲେଖକ ଶ୍ରୀଯୁକ୍ତ ଅଜୟ କୁମାର ପଣ୍ଡାଙ୍କ ପୁସ୍ତକ “ପ୍ରଗଲ୍ଭ ସଂଧ୍ୟା” ର ଶୁଭ ଉନ୍ମୋଚନ କରାଯାଇଥିଲା । ଉକ୍ତ ଅବସରରେ କବି ମଧୁସୂଦନ ମିଶ୍ର, ବାଲେଶ୍ଵର,କବୟିତ୍ରୀ ସର୍ବାଣୀ ଦାସ, ଅଧିବକ୍ତା, ପୁରୀ ଏବଂ ଅଧ୍ୟାପିକା ବୈଜୟନ୍ତୀ ସାହୁ ମଞ୍ଚ ପରିଚାଳନା କରିଥିଲେ । ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବେଦ ପାଠ କରିଥିଲେ ।ଦିବ୍ୟଜ୍ୟୋତି ସାହୁ ଭାରତନାଟ୍ୟମ୍ ପ୍ରଦର୍ଶନ କରିଥିଲେ । ପ୍ରଥମ ଅଧିବେଶନରେ କବୟିତ୍ରୀ ମାନସୀ ପ୍ରଭା ସ୍ୱାଇଁ ଏବଂ ଦ୍ଵିତୀୟ ଅଧିବେଶନରେ ସଂଯୋଜ ସାମନ୍ତରାୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.