ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଚଣ୍ଡାଳ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ହାଇସ୍କୁଲ ଶିଶକେଲାର ପ୍ରଧାନଶିକ୍ଷକ ମନୋଜ କୁମାର ବେହେରା ଓ ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହେନ୍ଦ୍ର ରଣା, ସଭ୍ୟ ବିଘ୍ନରାଜ ରଣା ଯୋଗ ଦେଇଥିଲେ। ଶିକ୍ଷକ ସୁଦର୍ଶନ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ଶିକ୍ଷକ ଲିଙ୍ଗରାଜ ନନ୍ଦଙ୍କ ଦ୍ଵାରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ସମସ୍ତ ଅତିଥି ତଥା ସଭାପତି ନିଜର ବହୁମୂଲ୍ୟ ଅଭିବ୍ୟକ୍ତି କରି ଛାତ୍ରଛାତ୍ରୀ ମାନକୁ ସୃଜନଶୀଳ ବିକାଶ ଦିଗରେ କାର୍ଯ୍ୟକ୍ରମ କରିବା ପାଇଁ ମତ ପ୍ରକାଶ କରିଥିଲେ। ବାର୍ଷିକ କ୍ରୀଡ଼ାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ ସହ ମେଡାଲ ପ୍ରଦାନ କରାଯାଇଥିଲା। ଚଳିତ ଶିକ୍ଷାବର୍ଷର ଶ୍ରେଷ୍ଠ ଛାତ୍ରୀ ଶ୍ରୀୟା ରଣା, ସର୍ବାଧିକ ଉପସ୍ଥାନ ଛାତ୍ର ଚୁଡାମଣି ସାହୁ, , ଶ୍ରେଷ୍ଠ ପରିଷ୍କାର ପରିଚ୍ଛନ୍ନ ଛାତ୍ର ଶ୍ରୀୟାଂଶ କୁମାର ଦଳାଇ ଏବଂ ଛାତ୍ରୀ ଇସ୍କିକା ରଣା, ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ଜୟନ୍ତ ରଣା, ଶ୍ରେଷ୍ଠ ଖେଳାଳୀ ଭାବରେ ସିନିୟର ଗ୍ରୁପରେ ବାଳକ ବିଭାଗରେ ଆଲୋକ ବଗର୍ତ୍ତି, ବାଳିକା ବିଭାଗରେ ଲିଜା ବାରିକ, ଜୁନିୟର ଗ୍ରୁପରେ ବାଳକ ବିଭାଗରେ ଗୋବିନ୍ଦ ସାହୁ, ବାଳିକା ନିଳିମା ଭୋଇ, ବାଳିକା ବିଭାଗର ସାରିକା ରଣା ସ୍ବତନ୍ତ୍ର ଭାବରେ ଅତିଥିମାନଙ୍କ ଦ୍ଵାରା ସମ୍ମର୍ଦ୍ଧିତ ହୋଇଥଲେ । କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାର ଦାୟିତ୍ଵ ଶିକ୍ଷିକା ରେଣୁକା ସାହୁ ନିର୍ବାହ କରିଥିବା ବେଳେ ଧନ୍ୟବାଦ ଅର୍ପଣର କାର୍ଯ୍ୟ ଶିକ୍ଷକ ମନରଞ୍ଜନ ପରିଡ଼ା ସମ୍ପାଦନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ରାମ ନାରାୟଣ ଦାଶ, କୃପାସିନ୍ଧୁ ମିଶ୍ର, ସମୀର ସେଠି, ଦୀପକ ସେନ ଧରୁଆ , ଦେବେଶ ହୋତା, ହିମାଂଶୁ ବିଶ୍ଵାଳ, ଅବିନାଶ ଭୋଇ, ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ତପସ୍ଵିନୀ ପଟେଲ, ଶିବାନୀ ମଲ୍ଲିକ, କାନ୍ତି ଭୋଇ, ଦ୍ରୌପଦୀ ଭୋଇ, ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.