ଫାଇଲେରିଆ ନିରାକରଣ ଅଭିଯାନ : ନର୍ଲାରେ ସାମୁହିକ ଔଷଧ ସେବନ ଶୁଭାରମ୍ଭ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ଅକ୍ଷୟ କୁମାର ଗୋଚ୍ଛାୟତଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ସାମୁହିକ ଔଷଧ ସେବନ ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ନିହାରେନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବରେ ନର୍ଲା ସରପଞ୍ଚ ତନୁଜା ହରପାଲ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ସାମୁହିକ ଔଷଧ ସେବନ କଲେ ଫାଇଲେରିଆ ରୋଗକୁ ସମୂଳେ ବିନାଶ କରିପାରିବା ବୋଲି ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଭିବିଡିଟିଏସ ସନ୍ତୋଷ ବାଗ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ଗୋଛାୟତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ବିପିଏମ ସବୀର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡ. ସଞ୍ଜୟ ନାଏକ, ଡ. ମନସ୍ୱିନୀ ପାଣିଗ୍ରାହୀ, ପିଏଚଇଓ ବିମଳ ଚନ୍ଦ୍ର ଦୀପ, ନର୍ଲା ଭିବିଡିଟିଏସ ଦେବାଶିଷ ଭୋଇ, ଅଜିତ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ୧୦ ଫେବୃୟାରୀ ଠାରୁ ଆରମ୍ଭ ହୋଇ ୧୯ ଫେବୃୟାରୀ ଯାଏଁ ଚାଲିବ । ଆଶା, ଅଙ୍ଗନୱାଡି କର୍ମୀ ଓ ସ୍ୱେଚ୍ଛାସେବୀମାନେ ଘରକୁ ଘର ଯାଇ ଫାଲେରିଆ ଔଷଧ ପ୍ରଦାନ କରି ଲୋକଙ୍କୁ ଏହି ରୋଗର ଭୟାବହତା ବୁଝାଇବା ସହିତ ଏଥିପାଇଁ ଔଷଧ ସେବନ ଏକାନ୍ତ ଆବଶ୍ୟକ ବୋଲି ସମସ୍ତଙ୍କୁ ସଚେତନ କରି ଔଷଧ ଖୁଆଇବେ । ଏଥିପାଇଁ ନର୍ଲା ବ୍ଲକ ଅଞ୍ଚଳରେ ୧୭୬ ଗୋଟି ଦଳରେ ୩୫୨ ଜଣ ଔଷଧ ପ୍ରଦାନକାରୀ ନିଯୁକ୍ତି ହୋଇଥିବା ସୂଚନା ମିଳିଛି । ବିପିଏମ ସବୀର ପଧାନ ଓ ଦେବାଶିଷ ଭୋଇ ଏହି କାର୍ଯ୍ୟକ୍ରମ ପରିଚାଳନାର ତଦାରଖ କରୁଥିବା ବେଳେ ୫୪ ଜଣଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ବ ଦିଆଯାଇଥିବା ସୂଚନା ମିଳିଛି । ତେବେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜିତ ଏହି ଉତ୍ସବକୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.