ଜୁନାଗଡ଼ ମହୋତ୍ସବର ଦ୍ବିତୀୟ ସାଂସ୍କୃତିକ ସନ୍ଧ୍ୟା: ପଦ୍ମିନୀ ଦୋରାଙ୍କ ଗୀତ ଓ ନାଚରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ମହୋତ୍ସବର ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ନୃତ୍ୟଗୀତରେ ଦର୍ଶକ ମସଗୁଲ ହୋଇଥିଲେ। ଏଥିରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି, ସତ୍ୟନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ଉପସଭାପତି ସୁଧୀରା ମେହେର,

ଜିଲ୍ଲା ପରିଷଦ ସଭ୍ୟା ଶାମୁକାରାଣୀ କୁମାର, ଲାଲ ବାହାଦୁର ଜାନି, ସଂଗୀତା ଖର୍ସେଲ, ଏନ୍ଏସି ଅଧ୍ୟକ୍ଷା ହିମାଦ୍ରି ନାଏକ, ପୂର୍ବ ବିଧାୟକ ଗୋବର୍ଦ୍ଧନ ଦାସ, ବହୁ ଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ ଜାଲ,ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ସନ୍ତୋଷ ସିଂଦେଓ, ବିଘ୍ନରାଜ ବରାଡ଼, ସମାଜସେବୀ ଉଦ୍ଧବ ଚରଣ ସାହୁଙ୍କ ସହ ସମସ୍ତ କାଉନସିଲର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପଲ୍ଲବୀ ଦାସ, ବିନୟ ସାହୁ, ବେଣୁଧର ବାଗ ଓ ବିରଞ୍ଚି ମୁଣ୍ଡ ପରିଚାଳନା କରିଥିଲେ। ସାଂସ୍କୃତିକ ସନ୍ଧ୍ୟାରେ ଜୁନାଗଡ଼ କଳାବିକାଶ କେନ୍ଦ୍ର, ଯୋଡ଼ା ପଏଁରି ଢାପ, ଟିଟିଲାଗଡ଼, ନଟରାଜ କଳା ପରିଷଦ, ବଜାସାଲ ଭବାନୀପାଟଣା, ପଏଁରି ସମ୍ବଲପୁର, ସାନ ବଡ଼ ଘୁଡୁକା ତୁସୁରା, ଢାଲିଆ ଖୁସା କଳାପରିଷଦ ବରଗଡ଼, ବିହୁ ଆସାମ ଓ ସମ୍ବଲପୁରର ପଦ୍ମିନୀ ଦୋରାଙ୍କ ଅର୍କେଷ୍ଟ୍ରା ଦର୍ଶକଙ୍କୁ ବିମୋହିତ କରିଥିଲା।

ଆୟୋଜକ କମିଟି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ନାଏକ, ସହ ଅଧ୍ୟକ୍ଷ ଲଳିତ ଅଗ୍ରୱାଲ, ସମ୍ପାଦକ ହିମାଂଶୁ ଶେଖର ବରାଡ଼ଙ୍କ ସମେତ କୋର୍ କମିଟିର ଈଶ୍ଵର ପୂଝାରୀ ଓ ଅଶୋକ ପଟ୍ଟନାୟକ ମଞ୍ଚାସୀନ ଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମର ଅଧ୍ୟକ୍ଷ ମାନସ ରଞ୍ଜନ ସେଠୀ ଉପସ୍ଥିତ ଥିଲେ । ଈଶ୍ବର ପୂଝାରୀ ଧନ୍ୟବାଦ ଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.