ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୀମ ଆର୍ମୀ ଭାରତ ଏକତା ମିଶନ୍, ଆଜାଦ୍ ସମାଜ ପାର୍ଟି ମୂଖ୍ୟ ତଥା ୟୁପି ନଗୀନା ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ଆଜାଦ୍ ଙ୍କ ସହିତ ଏଓଏସସିଏଫ୍ ସଭାପତି ଶ୍ରୀବତ୍ସ ତାଣ୍ଡି ଭୁବନେଶ୍ଵର ଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ଆଜାଦ୍ ଭୁବନେଶ୍ଵର ଠାରେ ଭୀମ ଆର୍ମୀ ସଂଗଠନ ପକ୍ଷରୁ ଆୟୋଜିତ ସାମାଜିକ ନ୍ୟାୟ ସଂକଳ୍ପ ସମାବେଶରେ ଯୋଗଦେବାକୁ ଦିନିକିଆ ଗସ୍ତରେ ଆସିଥିଲେ। ଶ୍ରୀ ତାଣ୍ଡି ତାଙ୍କୁ ସାକ୍ଷାତ କରି ଅବହେଳିତ ନିଷ୍ପେସିତ ସମାଜର ଲୋକଙ୍କ ଉତ୍ଥାନ ଓ ଏଥିପାଇଁ ସଂଗଠନକୁ କିପରି ମଜବୁତ୍ କରାଯିବ ସେନେଇ ଆଲୋଚନା କରିଥିବା ଜଣାପଡ଼ିଛି । ଶ୍ରୀ ତାଣ୍ଡି ଭୀମ ଆର୍ମୀ ପ୍ରମୂଖ ଚନ୍ଦ୍ରଶେଖର ଆଜାଦ୍ ଙ୍କ ସହିତ ସାକ୍ଷାତକୁ ସ୍ମରଣୀୟ ବୋଲି କହିବା ସହ ବହୁଜନ ସମାଜ ତଥା ସମ୍ବିଧାନକୁ ସମ୍ମାନ କରୁଥିବା ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଠାରେ ବିଶ୍ଵାସର ଝଲକ ଦେଖିବାକୁ ମିଳେ ବୋଲି ନିତ ମତ ପ୍ରକାଶ କରିଥିଲେ ।