ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ନିଆରା ହୋଲି ଉତ୍ସବ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ପବ୍ଲିକ ପ୍ରଶାସନ ତଥା ସହରର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ ଓ ସମାଜକୁ ସ୍ଵଚ୍ଛତା, ସର୍ବ ଧର୍ମ ସମନ୍ୱୟର ବାର୍ତ୍ତା ଦେବା ଲକ୍ଷ୍ୟ ନେଇ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ମନୋରଞ୍ଜନ କାର୍ଯ୍ଯକ୍ରମ ନାଚ ସଂଗୀତ ପରିବେଷଣ ଓ ସୁବର୍ଣ୍ଣପୁରର ଐତିହ୍ୟ ସଂସ୍କୃତି ଉପରେ କୁଇଜ୍ ପ୍ରତିଯୋଗିତା କାର୍ଯ୍ଯକ୍ରମ ସହ ମହାସମାରୋହରେ ହୋଲି ଉତ୍ସବ ପାଳନ କରଯାଇଥିଲା। ବିଜୁ ପଟ୍ଟନାୟକ ଛକ ଠାରେ ସଂଘର ପ୍ରତିଷ୍ଠାତା ସ୍ୱର୍ଗୀୟ ଲକ୍ଷ୍ମୀ ନାରାୟଣ ମେହେର ଙ୍କ ସ୍ମୁତି ଉଦ୍ଦେଶ୍ୟରେ ଆୟୋଜିତ ସଭାକୁ ପଦ୍ମାବତୀ ମେହେର ସଭାପତିତ୍ବ କରିଥିଲେ। ଏହି ଭାଈ ଚାରାର ପର୍ବରେ ମୁଖ୍ୟ ଅତିଥି ଭାବରେ ସୋନପୁର ଏସଡିପିଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ପୋଲିସ ଆରଆଇ ଭକ୍ତ ବନ୍ଧୁ ସେଠ୍, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପୋଲିସ ସର୍ଜନ ନୀଳକଣ୍ଠ କହଁର, ସ୍ବଚ୍ଛ ଭାରତ ସଙ୍ଗଠନ ସଭାପତି ଶୟଦ ଆଲିମୂଲ୍ ଇସଲାମ, ଉପସଭାପତି ଇନ୍ଦୁମତି ପୁରୋହିତ, ପଟାଭାଡ଼ି ଚର୍ଚ୍ଚର ସଂପାଦକ ଏଲ୍ ପ୍ରେମାନିଧି, ଆଇନଜିବୀ ପ୍ରଦୀପ ପୁରୋହିତ, ବୈକୁଣ୍ଠ ଶତପଥୀ ଯୋଗଦେଇ ଏହି ନିଆରା ଉତ୍ସବ ଅୟୋଜନ କୁ ପ୍ରଶଂସା କରିଥିଲେ। ସୋନପୁର ଭାରପ୍ରାପ୍ତ ଥାନା ଅଧିକାରୀ ତାପସ ଭୋଇ ପହଞ୍ଚି କାର୍ଯ୍ଯକ୍ରମକୁ ଉଦଯାପନୀ ବାର୍ତ୍ତା ଦେଇଥିଲେ। କଳା ସଂସ୍କୃତି ର ଯୁବ ଗବେଷକ ତଥା ସଂଗୀତ କାର ଚୌଧୁରୀ ବିଭାର ସଭା କୁ ସଂଯୋଜନା କରି ସଙ୍ଗୀତ ପରିବେଷଣ କରିଥିଲେ l ବିଶିଷ୍ଟ କଣ୍ଠଶିଳ୍ପୀ ପୁରନ୍ଦର ଠେଲା, ପଦ୍ମଲୋଚନ ସାହୁ, ଶ୍ରୀମତୀ ମନ୍ଦାକିନୀ ମଲ୍ଲିକ ଙ୍କ ସମ୍ବଲପୁରୀ ନାଚ ଗୀତରେ ନାଚିଲେ ଗାଇଲେ ଶହ ଶହ ଦର୍ଶକ ଓ କୁଇଜ୍ ରେ ସଂଗୀତରେ ଅଂଶ ଗ୍ରହଣ କରି ଅତିଥି ଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ସାଉଣ୍ଡରେ ଆନନ୍ଦ ସାହୁ ଓ ମ୍ୟୁଜିକରେ ଜିତେନ୍ଦ୍ରିୟ କୁମ୍ଭାର, ଅଜିତ ଓ ନିଲୁ ସହଯୋଗ କରିଥିବା ବେଳେ ରବୀନ୍ଦ୍ର ଜେନା, ପ୍ରମୋଦ କୁମାର ସାହୁ, ପରେଶ ମେହେର, ମନୋଜ୍ ପଣ୍ଡା , ପ୍ରତ୍ୟୁଷ ମେହେର ଓ ଲଡୁ କିଶୋର ମଲ୍ଲିକଙ୍କ ତତ୍ଵାବଧାନରେ ସମସ୍ତ ଅୟୋଜନ କରଯାଇଥିଲା। ପ୍ରଦୀପ ପୁରୋହିତ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ଵେଳେ ଅନୁଷ୍ଠାନ ର କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରି ଅଭିନେତା ସ୍ୱର୍ଗୀୟ ଉତ୍ତମ ମହାନ୍ତି ଙ୍କ ସ୍ମୃତି ରେ ‘କଥା ତ ଏତିକି’ ସଂଗୀତ ପରିବେଷଣ କରିଥିଲେ। କଳାକାହ୍ନୁ ଦାଶ, ଦିଲ୍ଲୀପ ଭୁକ୍ତା, ଗଣେଶ ମିଶ୍ର, ଡା ସରୋଜ ପଟେଲ, ନରସିଂହ ବର୍ଗି, ଗୋକୁଳ ଠାକୁର, ରାମ ଅଗ୍ରୱାଲା, ନାରାୟଣ ରଥ, ତ୍ରିଲୋଚନ ତରିଆ, ଜୟ ନାରାୟଣ ସାହୁ , ପ୍ରତାପ ଦାଶ ପ୍ରମୁଖ ସ୍ୱଚ୍ଛ ଭାରତ ସଂଗଠନ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.