ପୂର୍ଣ୍ଣାହୁତି ସହ ୨୪ ପ୍ରହର ନାମଯଜ୍ଞ ସଂପନ୍ନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାର୍ଚ୍ଚ ୭ରୁ ୧୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ରେଖପୁରରେ ଚାଲିଥିବା ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସଫଳତାର ସହ ସମାପନ ହୋଇଛି। ଉପଦେଷ୍ଟା କମିଟିର ସର୍ବଶ୍ରୀ ଟଙ୍କଧର ଭୋଇ, ଲକ୍ଷ୍ମଣ ସେଲମା, କରୁଣାକର ସେଲମା, ବିଶ୍ବନାଥ ସେଲମା, ହୃଷିକେଶ ଭୋଇ, ଭାଗିରଥି ଭୋଇ, ମହେଶ୍ୱର ଭୋଇ, ଷଢାନନ ଭୋଇ, ଚୈତନ୍ୟ ଭୋଇ, କନିଷ୍ଠ ଭୋଇ ଓ ଗୁରୁବାରୁ ମାଝୀ, ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ, କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପ୍ରତିଷ୍ଠା ମହୋତ୍ସବର ବିଭିନ୍ନ ଉପକମିଟି ସହ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରତ୍ୟେକ ଦିନ ମଧ୍ୟାହ୍ନ ଓ ରାତ୍ରୀ ସମୟରେ ଆନନ୍ଦ ବଜାର ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ଏହି ମହୋତ୍ସବରେ ସାମିଲ ହୋଇଥିଲେ। କଂସ ଦରବାର ସହ ମିନାବଜାର ଏହି ପ୍ରତିଷ୍ଠା ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା। ୨୪ ପ୍ରହର ଅଖଣ୍ଡ ନାମ ଯଜ୍ଞ ମହୋତ୍ସବର ମହିମାକୁ ଆହୁରି ଗରିଆନ କରି ଗଢ଼ି ତୋଳିଥିଲା। ଶନିବାର ଦିନ ପୂର୍ଣ୍ଣାହୁତି ସହ ଏହି ନାମ ଯଜ୍ଞ ସଂପନ୍ନ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପଣ୍ଡିତ ମନୋଜ କୁମାର ସତପଥି ଏବଂ ସାଥି ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରତିଟି ପର୍ଯ୍ୟାୟ ସୂଚାରୁରୂପେ ସଂପାଦନ କରିଥିଲେ। ଏଥିରେ ମୁଖ୍ୟ କର୍ତ୍ତା ଭାବେ ଟର୍ଜିନ ଭୋଇ ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ଭୋଇ, ଅନ୍ୟତମ କର୍ତ୍ତା ଭାବେ ଗୁଣନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ କାର୍ଯ୍ୟ ସଂପାଦନ କରିଥିଲେ। ପଣ୍ଡିତ ଅର୍ଜୁନ ମିଶ୍ରଙ୍କ ସହ ବିଷ୍ଣୁ ବଡ଼ପଣ୍ଡା, ବିଶି ପଣ୍ଡା ଓ ଟିକେଶ ପାଢ଼ୀ ନାମ ଯଜ୍ଞର ପୂଜନ ଏବଂ ଅନ୍ୟାନ୍ୟ ଦାଇତ୍ୱ ନିର୍ବାହ କରିଥିଲେ।