ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନର ଶୁଭାରମ୍ଭ

ରକ୍ତଦାନ କଲେ ଏଡିଏମ ଓ ବିଭିନ୍ନ ପଦାଧିକାରୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଓଡ଼ିଆ ପକ୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ରେଡକ୍ରସ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞଳିନା ପଧାନ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ ଏଡିଏମ୍ ଶ୍ରୀମତୀ ପଧାନ ନିଜେ ରକ୍ତଦାନ କରି ମେଡିକାଲ କର୍ମଚାରୀ, ରକ୍ତଦାତା, ସ୍ବେଛାସେବୀ ଓ ଯୁବପୀଢ଼ିଙ୍କୁ ପ୍ରେରଣା ଯୋଗାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ସମ୍ମାନିତ ଅତିଥି ଭାବରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ରେଡକ୍ରସ ଶାଖା ସମ୍ପାଦକ ପ୍ରତୀକ କର,ଏଡିପିଏଚଓ (ଭିବିଡି) ଡ଼ା.ଗୋପାଳ ଚନ୍ଦ୍ର ମଲ୍ଲିକ, ବ୍ଲଡବ୍ୟାଙ୍କ୍ ଅଫିସର ଡା.ମାନସ ଦାଶ ପ୍ରମୁଖ ଯୋଗଦେଇ ଉପସ୍ଥିତ କଲେଜ୍ ଛାତ୍ରଛାତ୍ରୀ, ରକ୍ତଦାତାଙ୍କୁ ଅଭିନନ୍ଦନ ଜଣାଇ ଅଧିକ ମାତ୍ରାରେ ନୂଆ ରକ୍ତଦାତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ଅଧିକାରୀ ଡିଏସ୍ଏସଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଏବଂ ଡିପିଏମ ବିଶ୍ୱମ୍ବର ବେହେରା ପ୍ରମୁଖ ରକ୍ତଦାନ କରିଥିଲେ। ହସ୍ପିଟାଲ ମ୍ୟାନେଜର ବି.କେ. ସାଗରିକାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଆଜିର ସମସ୍ତ କାର୍ଯ୍ଯକ୍ରମ ପରିଚାଳନାରେ ରକ୍ତଦାତା ସଂଘ ସଭାପତି ମନୋଜ୍ ପଣ୍ଡା, ରେଡକ୍ରସ ସଂଯୋଜକ ଅଧ୍ୟାପକ ଉମାକାନ୍ତ ନାଗ, ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସହଯୋଗ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସ୍ୱଚ୍ଛ ଭାରତ ସଂଗଠନ ସ୍ବେଛାସେବୀ, ବିଜୁ ପଟ୍ଟନାୟକ ନର୍ସିଂ ସ୍କୁଲ୍, ରକ୍ତଦାତା ସଂଘ କର୍ମକର୍ତ୍ତା, ସୋନପୁର କଲେଜ୍ ଏନସିସି କ୍ୟାଡେଟ ଯୋଗଦେଇ ଉତ୍ସାହ ବଢାଇଥିଲେ। ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ସଭା ସଂଯୋଜନା କରିଥିବା ବେଳେ ଡିପିଏମ ଶ୍ରୀ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ରକ୍ତଦାତା ତଥା ଏଡିଏମ୍ ଅଞଳୀନା ପଧାନ, ଡିପିଏମ୍, ଡିଏସଏସଓ, ରକ୍ତଦାତା ତ୍ରିଲୋଚନ ପାଣିଗ୍ରାହୀ ଓ ଅଞଳୀ ପାଣିଗ୍ରାହି (ଦମ୍ପତ୍ତି), ଉମାକାନ୍ତ ଖମାରୀ, ଜଗନ୍ନାଥ ନନ୍ଦଙ୍କ ସମେତ ସମସ୍ତ ରକ୍ତଦାତାଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ଲଡବ୍ୟାଙ୍କ୍ କର୍ମଚାରୀ ଜଗତ ଦରୱାନ, ଟିଟୁ ଭୋଇ, ସତ୍ୟ ତାଣ୍ଡି ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ରକ୍ତ ସଂଗ୍ରହ ଓ ରେଜିଷ୍ଟ୍ରେସନ୍ କାର୍ଯ୍ଯରେ ସହଯୋଗ କରିଥିଲେ। ଏହି ରକ୍ତଦାନ ଅଭିଯାନରେ ସମୁଦାୟ ୫୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଡିପିଏଚସିଓ ବୃନ୍ଦାବନ ସାହୁ କାର୍ଯ୍ୟକ୍ରମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.