ନର୍ଲା ବ୍ଲକ ଡମ୍ବ ସମାଜ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନ

ସାମାଜିକ ଭବନର ଭୂମି ପୂଜନ କଲେ ବିଧାୟିକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଡମ୍ବ ସମାଜ ପକ୍ଷରୁ ବେହେରାପାଟି କୃଷି କାର୍ଯ୍ୟାଳୟ ସମ୍ମୁଖରେ ସମ୍ବିଧାନ ପ୍ରଣେତା ଡଃ. ବି.ଆର୍. ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଡମ୍ବ ସମାଜ ଉପସଭାପତି ଅଭିରାମ ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦାନ କରି ସମ୍ବିଧାନ ପ୍ରଣେତା ବାବା ଆମ୍ବେଦକରଙ୍କ ସ୍ମୃତିଚାରଣ କରି ସେ ଜଣେ ରାଷ୍ଟ୍ରବାଦୀ ଜନନାୟକ ବୋଲି କହିଥିଲେ। ସଭାର ସଭାପତି ଜିଲ୍ଲା ଉପସଭାପତି ଶ୍ରୀ ନନ୍ଦ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ସଭାପତି ବଳରାମ ହରପାଲ, ବିଧାୟିକାଙ୍କ ସ୍ଵତନ୍ତ୍ର ପ୍ରତିନିଧି ଗୋବିନ୍ଦ ତାଣ୍ଡି ଓ ମୁଖ୍ୟ ବକ୍ତା ଭାବରେ ସମାଜର ଉପଦେଷ୍ଟା ଆନନ୍ଦ ମହାନନ୍ଦ ପ୍ରମୁଖ ମଞ୍ଚାସୀନ ହୋଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରି ଆମ୍ବେଦକରଙ୍କ ରାଷ୍ଟ୍ର ଓ ସମାଜ ପ୍ରତି ଅବଦାନ ଅତୁଳନୀୟ ବୋଲି ସେମାନଙ୍କ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ତଥା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଦ୍ବାରା ଡମ୍ବ ସମାଜର ସାମାଜିକ ଗୃହ ନିର୍ମାଣ ପାଇଁ ଭୂମି ପୂଜନ  ଅନୁଷ୍ଠିତ ହୋଇଥିଲା। କୌତୁକ ଖମାରୀ ମଞ୍ଚ ପରିଚାଳନା କରିଥିଲେ। ଖଗେଶ୍ବର କୁମାର, ଅଭୟ ନାଏକ, ପୂର୍ବତନ ସରପଞ୍ଚ ନରସିଂହ କୁମାର, ସନକ ନାଏକ, ମୁରଲୀ ସୁନା, ସୁରେଶ ତାଣ୍ଡି, ସୁବାଷ ନାଗ, ସଦାନନ୍ଦ ହରପାଲ, କୁଳମଣି ସୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଖଗେଶ୍ୱର କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ନର୍ଲା ସମେତ ନର୍ଲା ବ୍ଲକର ଶଙ୍କରମାଳ, ଘଣ୍ଟମାଳ, ରୁପ୍ରା, ନର୍ଲା, ରାକ୍ସି ପ୍ରଭୃତି ସ୍ଥାନରେ ମଧ୍ୟ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.