୧୫ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଚାମ୍ପିଅନସିପ; ସପ୍ତମ ଦିବସରେ ଚରଦା ବିଜୟୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୧୫ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚମ୍ପିଅନସିପ ୨୦୨୫ ର ସପ୍ତମ ଦିବସ ଗ୍ରୁପ ବି ରେ ତିନି ଗୋଟି ମ୍ୟାଚ ଅନୁଷ୍ଟିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟକୁ ମୁଖ୍ୟ ଅତିଥି ଭାବରେ କଟକ ସ୍ପୋର୍ଟସ ହଷ୍ଟେଲ ଇନଚାର୍ଜ ତଥା ଅଣ୍ଡର ଫିଫ୍ଟିନ୍ ସିଲେକ୍ଟର ଗଙ୍ଗାଧର ବେହେରା, ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର , ସ୍ବଚ୍ଛ ଭାରତ ସଙ୍ଗଠନ ସୋନପୁର ମନମୁଣ୍ଡାର ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ, ଟ୍ରାକ୍ଟର ଏସୋସିଏସନ୍ ର ଉପଦେଷ୍ଟା ବୈକୁଣ୍ଠ ଶତପଥି, ଯୁବ ସାମ୍ୱାଦିକ ତଥା ୱେବ୍ ମିଡିଆ ସଂଘ ସଭାପତି ପୀତାମ୍ବର ମହାପାତ୍ର, ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଂଗଠାନିକ ସଂପାଦକ ରାଜ କିଶୋର ତ୍ରୀପାଠୀ, ଡ୍ରାମା ଆର୍ଟିଷ୍ଟ୍ ତଥା ଡାଇରେକ୍ଟର ହରିହର ପଧାନ, କଳା ସଂସ୍କୃତି ଗବେଷକ ଚୌଧୁରୀ ବିଭାର ଯୋଗଦେଇ ମ୍ୟାଚକୁ ଉଦ୍ଘାଟନ କରି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲାର ସମସ୍ତ ବ୍ଳକରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେଇ ଥିବା ବେଳେ ଆଜିର ପ୍ରଥମ ମ୍ୟାଚ୍ ନାରାୟଣପୁର ଓ ରାମଧୂନ୍ କ୍ଲବ୍ (ସି ) ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମା ଚରଦେଇ କ୍ଲବ୍, ଚରଦା ଓ ରାମଧୂନ୍ କ୍ଳବ୍ (ଏ ) ମଧ୍ୟରେ ଦ୍ଵିତୀୟ ମ୍ୟାଚ, ଏବଂ ରାମ ଧୂନ୍ କ୍ଲବ୍ (ଡି) ଓ ବିଏମପୁର ଇଲେଭେନ୍ ମଧ୍ୟରେ ତୃତୀୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍ ଅମିମାଂସିତ ହୋଇ ଥିବାବେଳେ ଦ୍ଵିତୀୟ ମ୍ୟାଚରେ ୨-୦ ଗୋଲରେ ଚରଦା ଦଳ ଓ ତୃତୀୟ ମ୍ୟାଚ ମଧ୍ୟ ୦-୦ ଗୋଲରେ ଅମିମାଂସିତ ରହିଛି। ସମସ୍ତ ମ୍ୟାଚକୁ ମ୍ୟାଚ୍ କମିସନର ଭାବେ ଜିତେନ୍ଦ୍ର ଥନାପତି, ମୁଖ୍ୟ ରେଫରୀ ଭାବେ ସାନୁଜ ବିଶ୍ଵାଳ, ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ, ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ, ରାଜେଶ ଥନାପତି, ଅନିଲ ଭୋଇ ଅନିତା ମହାନନ୍ଦ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ମନୋରଞ୍ଜନ ତ୍ରିପାଠୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାଵଧାନରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ ଙ୍କ ସମେତ ଚନ୍ଦନ, ରଂଜୁ, ଅନିଲ, ଶିବ, ଚାହଦ, ରବି, ଚୈତ୍ୟନ୍ୟ, କିରଣ, ସଦା, ପୁରେନ, କଲିମ ପ୍ରମୁଖ ରାମଧୂନ୍ କ୍ଲବ୍ ଓ ଜିଲ୍ଲା କ୍ରୀଡ଼ାସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.