ସିକେଲକୁପା ଠାରେ ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ବ୍ଳକ ଅଧିନସ୍ଥ ଗୋଛାଡେଙ୍ଗେନ ପଞ୍ଚାୟତର ସିକେଲକୁପା ଠାରେ ଅଲ୍ ଓଡିଶା ସିଡ଼ୁଲକାଷ୍ଟ ଫେଡେରେସନ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ ବାବା ସାହେବ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସଭାପତି ବସୁଦେବ ସୁନା ସଭାପତିତ୍ବ କରିଥିଲେ। ଉପ ସଭାପତି ପବନ ସୁନା, ସଂପାଦକ ମନୋରଞ୍ଜନ ନାଗ, କୋଷାଧ୍ୟକ୍ଷ ନେପାଳ କୁମାର,ବ୍ଳକ ସଂପାଦକ ଗୁପ୍ତେଶ୍ୱର ବିଭାର ମଞ୍ଚାସୀନ ହୋଇ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ତା ସହିତ ତାଙ୍କର ସଂଘର୍ଷମୟ ଜୀବନ ସମସ୍ତଙ୍କୁ ଅନୁପ୍ରାଣିତ କରିଥିବା ମଞ୍ଚାସୀନ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନିତ୍ୟାନନ୍ଦ କୁମାର, ରମେଶ କୁମାର,ଧନୁ ଛତ୍ରିଆ,ରବି ନାଗ, ରାଜେନ୍ଦ୍ର ନାଗ,ଲାଲ ମୋହନ ସୁନା, ଅମରନାଥ ବଢେଇ, ତ୍ରିନାଥ ସୁନା, ହରିଶ୍ଚନ୍ଦ୍ର ସୁନା, ନେପାଳ ସୁନା,ଦିଲିପ ସୁନା, ଲିଙ୍ଗରାଜ ନାଗ, ସୁନା ବାଗ ସମେତ ଶତାଧିକ ମହିଳା ପୁରୁଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.