ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୦୪-୦୫ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଭବାନୀପାଟଣା ସହର ଉପକଣ୍ଠରେ ଥିବା ଇଣ୍ଡିଆନ ଫୁଡ ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷକ ଅନିରୁଦ୍ଧ ସାହୁ, ଅଶୋକ ସାହୁ, ଗୌରାଙ୍ଗ ରାଉତ, ହେମନ୍ତ ମିଶ୍ର, ଜଗଦୀଶ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀ ନାରାୟଣ ଗୋଲାପ, ପ୍ରମୋଦ ନାଏକ, ପ୍ରଶାନ୍ତ ପଣ୍ଡା, ସୁବ୍ରତ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ମେହେର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୂରାତନ ଛାତ୍ର ପ୍ରମୋଦ ଶବର, ଯୁବରାଜ ମାଝୀ, ଯଜ୍ଞବନ୍ତ ଶବର, ଚନ୍ଦ୍ର ନାଏକ, ନଳିନୀ ସାହୁ, ସସ୍ମିତା ସାହୁ, ରିଙ୍କୁ ଭୋଇ, ନିର୍ମଳି ଶିଖା, କିସନ ଦୁର୍ଗା, ମିନାକ୍ଷୀ ନାଏକ, ଦିବ୍ୟ ସିଂ ମାଝୀ, ରୋହିତ ନାଏକ, ଟଙ୍କଧର ବାଗ, ସୁନୀଲ ଶବର, ଗୌର ପଧାନ, ଅମିତ ବିଶ୍ୱାଳ, କ୍ଷୀରସିନ୍ଧୁ ସେଠୀ, ନୃସିଂହ ଚରଣ ମାଝୀ, ରୋହିତ ଶବର, ଶତ୍ରୁଘ୍ନ ଝାଙ୍କର, ଭୋଳାନାଥ ଶବର ଓ ବସନ୍ତ ମାଝୀଙ୍କ ସହିତ ଅନ୍ୟମାନେ ସାମିଲ ହୋଇଥିଲେ। ପୂରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ଗୁରୁ ବନ୍ଦନା ପରେ ପୂରାତନ ଛାତ୍ର ପଙ୍କଜ ସେନାପତି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ରାଜେଶ କୁମାର ମଙ୍ଗରାଜ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ପ୍ରଦୀପ କୁମାର ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଭରତ ଦୁର୍ଗା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିଶ୍ୱରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଗୁରୁଶିଷ୍ୟ ପରମ୍ପରା ଓ ବର୍ତ୍ତମାନର ଶିକ୍ଷାପଦ୍ଧତି ଉପରେ ତୁଳନାତ୍ମକ ବକ୍ତବ୍ୟ ରଖିବା ସହିତ ପୂରାତନ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ ଅତିଥି ଶିକ୍ଷକମାନେ। ଶେଷରେ ରାଜେଶ କୁମାର ମଙ୍ଗରାଜ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.