ଖମନପଡା ଶାଳ ବଣରେ ମାଆ ତାରିଣୀଙ୍କ ଚଇତି ପର୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଖମନପଡା ମାଦା ଖୋଲା ଜଙ୍ଗଲ ମଧ୍ୟସ୍ଥ ଶାଳ ବଣ ମଧ୍ୟରେ ମହା ଆଡମ୍ବର ସହ ପାଳିତ ହୋଇଯାଇଛି ମାଆ ତାରିଣୀଙ୍କ ଚଇତି ପର୍ବ। ୩ଦିନ ଧରି ଦିଶାରି ପର୍ଶୁ ରାମ ମାଝୀଙ୍କ ଦ୍ଵାରା ପୂଜା ପାଠ କରାଯାଇ ପଣା ସଂକ୍ରାନ୍ତି ରେ ଉଜ୍ଜାପନି ଉତ୍ସବ ଅନୁଷ୍ଠିତ ହୋଇଥିଲା।‌ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ନର୍ଲାବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି। ସମ୍ମାନୀତ ଅତିଥି ଭାବରେ ଘଣ୍ଟମଲ୍ ସରପଞ୍ଚ ଦେବେନ୍ଦ୍ର ସା, ନିଶାନପୂର ସରପଞ୍ଚଙ୍କ ପ୍ରତିନିଧି ମନୋଜ କରୁଁଆ, ଗାଡେବନ୍ଧ ସରପଞ୍ଚଙ୍କ ପ୍ରତିନିଧି କେଶରୀ ବାଗ, ସମିତି ସଭ୍ୟାଙ୍କ ପ୍ରତିନିଧି ଅଜିତ ସାହୁ, ଯୁବ ସମାଜସେବୀ କେତନ ମାଝୀ, ବିଜେପି ନେତା ହିରୋ ହିରାଲାଲ ମହଲା, ସମାଜସେବୀ ଗଣେଶ ମୁଣ୍ଡା ଓ ଦିଲ୍ଲୀପ ବାଗ ପ୍ରମୁଖ ଯୋଗ ଦେଇ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଅନୁଷ୍ଠାନକୁ ଦୀର୍ଘ ଦଶ ବର୍ଷ ହେଲା ବିନା ମୂଲ୍ୟରେ ଲାଇଟ, ସାଉଣ୍ଡ ଓ ଟେଣ୍ଟ ଯୋଗାଇ ଆସୁଥିବା ମାଆ ମଙ୍ଗଳା ଟେଣ୍ଟ ହାଉସ ଗୋହିରା ପଦରର ପ୍ରୋପାଇଟର ଖୁଲୁ ରାମ ସାହୁ (ଲିଲୁ)ଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ୍ ତଥା କନ୍ଧାନ କବି କ୍ଷିତିଶ ଚନ୍ଦ୍ର ମାଝି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମଞ୍ଚ କାର୍ଯକ୍ରମରେ ଅନେକ ନୃତ୍ୟ ପ୍ରତିଯୋଗିତା ଓ ନାଟକ ମଞ୍ଚସ୍ଥ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏଥିରେ ଅଞ୍ଚଳର ଶହ ଶହ ଭକ୍ତ ଯୋଗ ଦେଇ ମାଆଙ୍କ ଆଶିଷ ଲାଭ କରିଥିଲେ। କାର୍ଯକ୍ରମକୁ ପରିଚାଳନା କରିଥିଲେ ଲୋକେଶ ମାଝୀ, ଗୁଡୁ ବିଭାର, ପଦ୍ମନାଭ ମାଝୀ ଧର୍ମେନ୍ଦ୍ର ମାଝୀ ଓ ଖମନ ପଡା ଗ୍ରାମବାସୀବୃନ୍ଦ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.