ନର୍ଲା ବ୍ଲକ ବିଜେଡ଼ି ପକ୍ଷରୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀ ନର୍ଲା ବ୍ଲକ ବିଜେଡ଼ି ପକ୍ଷରୁ ପାଳିତ ହୋଇଯାଇଛି। ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ନିର୍ଦେଶ କ୍ରମେ ବିଜୁ ଜନତା ଦଳ ନର୍ଲା ବ୍ଲକ ସ୍ତରୀୟ, ଶାନ୍ତପୁର ସାନଚିଚିଙ୍ଗ ଆନୁକୂଲ୍ୟରେ ଏହି ଭବ୍ୟ ସମାବେଶ ଅନୁଷ୍ଠିତ ହୋଇଥିଲା। ବରିଷ୍ଟ ବିଜେଡି ନେତା ନୀଳମଣି ସାହୁଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଗୋପାଳ ହାତୀ ଓ ଦେବେନ୍ଦ୍ର ସା, ସମିତି ସଭ୍ୟ ଜୟ ମେହେର, ସମାଜସେବୀ ବିଜୟ ଭୋଇ ଓ ଟିକେଧର ସାହୁ, ଛାତ୍ର ବିଜେଡି ବ୍ଲକ ସଭାପତି ଘାସିରାମ ସାହୁ, ଗୁଣନିଧି ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଚଣ୍ଡିଦାସ ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ବିଶେଷ ସହଯୋଗ କରିଥିଲେ ଜୟ ମେହେର, ଦେବେନ୍ଦ୍ର ସା, ଗୋବିନ୍ଦ ତାଣ୍ଡି ଓ ସୁଦର୍ଶନ ଦୋରା। ଏହି କାର୍ଯ୍ୟକ୍ରମରେ ୨୬ ଗୋଟି ପଞ୍ଚାୟତର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ଅନେକ ନିର୍ବାଚିତ ଜନପ୍ରତିନିଧି ସାମିଲ ହୋଇଥିଲେ। ଶେଷରେ ବିଜୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.