ବ୍ରଜବିହାର ଠାରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ଉଦଘାଟନୀ ଦିବସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାର ଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ତରଫରୁ ଆରମ୍ଭ ହୋଇଛି ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା। ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି କର୍ମଶାଳା ଅପ୍ରେଲ ୨୪ରେ ସମାପନ ହେବ। ଏଥିରେ ଭବାନୀପାଟଣା ସଂକୁଳ ସ୍ତରୀୟ ୯ଟି ଶିଶୁ ମନ୍ଦିର ଯଥା:- ବ୍ରଜବିହାର, ବାଲାଜୀବିହାର, ବୃନ୍ଦାବତୀ ବିହାର କର୍ଲାପଡା, ସେପୁର, ଥୁଆମୂଲ, ବୋରଡ଼ା ବିଶ୍ୱନାଥପୁର ଏବଂ ପଶ୍ଟିକୁଡ଼ିର ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଛନ୍ତି। ସଂକୁଳ ସଂଯୋଜକ ତଥା ବ୍ରଜବିହାର ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ ଏହି ଚାରି ଦିନିଆ ପ୍ରଶିକ୍ଷଣ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ଆରମ୍ଭରେ ବ୍ରଜଶିଳ୍ପୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତଗାନ ହୋଇଥିଲା ଗୁରୁ ଜୟରାମ ସାହୁ ଏବଂ ଶିବ ପ୍ରଧାନଙ୍କ ସହଯୋଗରେ। ପ୍ରଥମ ଦିନ ସଂଧ୍ୟାରେ ମଂଚାସୀନ ଥିଲେ ସମ୍ମାନିତ ଅତିଥି ପରିଚାଳନା ସମିତିର ସମ୍ପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା, ମୁଖ୍ୟ ଅତିଥି ଥିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ, ପ୍ରଚାରକ ଶ୍ରୀମାନ ଆର୍. ଚକ୍ରଧର ରାଓ। ମୁଖ୍ୟ ଅତିଥି ‘ସମାଜ ଜାଗ୍ରତରେ ଶତାଦ୍ଧିର ପଞ୍ଚ ପରିବର୍ତନ’ ଉପରେ ସରଗର୍ଭକ ବକ୍ତବ୍ୟ ଦେଇଥିଲେ। ସମ୍ପାଦକ କର୍ମଶାଳାର ତାତ୍ପଯ୍ୟ ସମ୍ପର୍କରେ ଚୁମ୍ବକରେ ବୁଝିଥିଲେ। ପରେ ପରିଚୟ ବୈଠକ କରାଇଥିଲେ ବୃନ୍ଦାବତୀ ବିହାର ପ୍ରାଧନାଚାର୍ଯ୍ୟ ଶ୍ରୀ ଅଶୋକ କୁମାର ସାହୁ ଏବଂ ଧନ୍ୟବାଦ ଦେଇଥିଲେ ଶ୍ରୀ ମନୋଜ କୁମାର ମୁଣ୍ଡ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.