ଭବାନୀପାଟଣାଠାରେ ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସନାତନ ସଂସ୍କୃତିର ଇତିହାସକୁ ଅନୁଧ୍ୟାନ କଲେ ସ୍ପଷ୍ଟ ହୁଏ ଯେ, ଜଗତର କଲ୍ୟାଣ ବ୍ରାହ୍ମଣର ଏକମାତ୍ର ଲକ୍ଷ୍ୟ। ଦେଶର ସ୍ଵାଧୀନତା ସଂଗ୍ରାମରେ ବ୍ରାହ୍ମଣ ମାନଙ୍କ ତ୍ୟାଗର ଅନେକ ଦୃଷ୍ଟାନ୍ତ ରହିଛି। ଆଧୁନିକ ଭାରତ ନିର୍ମାଣରେ ବ୍ରାହ୍ମଣଙ୍କ ଯୋଗଦାନ ଉଲ୍ଳେଖନୀୟ। ଭଗବାନ ପର୍ଶୁରାମ ତ୍ୟାଗ ଓ ନ୍ୟାୟର ପ୍ରତୀକ। ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ବ୍ରାହ୍ମଣ ଜଗତର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେବାକୁ ପର୍ଶୁରାମ ଜୟନ୍ତୀ ପାଳନ ଅବସରରେ ଅତିଥି ମାନେ ଆହ୍ବାନ ଦେଇଥିଲେ। ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ ବାଲାଜୀ ମନ୍ଦିର ପରିସରରେ ପର୍ଶୁରାମ ଜୟନ୍ତୀ ମହା ସମାରୋହ ଆୟୋଜିତ ହୋଇଥିଲା। ଏହି ଉପଲକ୍ଷେ ମନ୍ଦିରର ଯଜ୍ଞ ମଣ୍ଡପରେ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଆଚାର୍ଯ୍ୟ ନିରଞ୍ଜନ ଦାଶ, ଶରତ କୁମାର ମିଶ୍ର ଓ ଆଶିଷ କୁମାର ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯଜ୍ଞରେ ରାମଧାରି ଦାଶ ଓ ମେଘମାଳା ଦାଶ ଯଜ୍ଞର କର୍ତ୍ତା ଦାୟୀତ୍ବ ନୀର୍ବାହନ କରିଥିଲେ। ସକାଳ ଆଠଟାରେ ପର୍ଶୁରାମ ସେନାର ନେତୃତ୍ୱରେ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାଲାଜୀ ମନ୍ଦିରରୁ ବାହାରି ସହର ପରିକ୍ରମା କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ଭବାନୀପାଟଣା ନଗର କମିଟି ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀଙ୍କ ପୌରହିତ୍ୟରେ ଆୟଜିତ ସଭାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଓ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଅତିଥି ଭାବରେ ଯୋଗଦେଇଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ତଥା ନାଟ୍ୟକାର ଡ଼ ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ପର୍ଶୁରାମଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ ବେଦମନ୍ତ୍ର ପାଠ କରିଥିଲେ। ପ୍ରାରମ୍ଭିକରେ ପହେଲଗାମ୍ ଆତଙ୍କ ବାଦୀଙ୍କ ବର୍ବରୋଚିତ ନର ସଂହାର ରେ ନିହତ ୨୭ ଜଣ ହିନ୍ଦୁଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସାଧାରଣ ସମ୍ପାଦକ ଭବେନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷି ଙ୍କୁ “ପର୍ଶୁରାମ ସମ୍ମାନ” ରେ ସମ୍ମାନିତ କରାଯାଇଥିଲା। ବ୍ରାହ୍ମଣ ସମାଜର ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ କୃଷ୍ଣ ମୋହନ ଯୋଷୀ, ଜିଲ୍ଲା ଉପସଭାତି ବିନୋଦ ଶର୍ମା, ନଗର ସମ୍ପାଦକ ଶେଷଦେବ ମିଶ୍ର, ବରିଷ୍ଠ ସଦସ୍ୟ ଚକ୍ରଧର ଦାଶ, ପ୍ରଭାତ ବ୍ରହ୍ମା, ଭୋଲାନଥ ମିଶ୍ର, ଦୀପଜ୍ୟୋତି ମୁଣ୍ଡ, ସେବାନନ୍ଦ ପାଢୀ, ସନ୍ତୋଷ ଦାଶ, ସୁଚିତ ମୁଣ୍ଡ , ଅଭିଳାଷ ଦାଶ, ଶେଷଦେବ ପଣ୍ଡା ପ୍ରମୁଖ ପର୍ଶୁରାମ ଜୟନ୍ତୀ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.