ଅଷ୍ଟ ପ୍ରହର ନାମଯଜ୍ଞ ନିମନ୍ତେ କଳସଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତର କୁସୁମଖୁଣ୍ଟି ଗ୍ରାମରେ ବୁଧବାର ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇ ଗୁରୁବାର ସମାପନ ହେବ। ଏଥିପାଇଁ ମଙ୍ଗଳବାର କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଛି। କଳସ ଯାତ୍ରାରେ ଗ୍ରାମର ଶହଶ୍ରାଧିକ ମହିଳା ଓ କୁନି କୁନି ଝିଅ ମାନେ ସାମିଲ ହୋଇଥିଲେ। ପ୍ରହରୀ ମଣ୍ଡପରେ ପୂଜାର୍ଚ୍ଚନା ପରେ କଳସ ଯାତ୍ରାରେ ବାହାରୀ କୁସୁମଖୁଣ୍ଟି ସ୍ଥିତ ସାନ ବନ୍ଧରୁ କଳସରେ ଜଳ ଭର୍ତ୍ତି କରି ଗାଁ ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଏହି ସମୟ ମଧ୍ୟରେ ଘଣ୍ଟ, ଶଙ୍ଖ, କୀର୍ତ୍ତନ ଓ ହୁଳହୁଳି ର ନାଦେ ଗାଁ ପରିବେଶ କମ୍ପି ଉଠିଥିଲା। ଏହି ପ୍ରହରୀ ନାମଯଜ୍ଞ ବୁଧବାର ସକାଳୁ ଆରମ୍ଭ ହୋଇ ଗୁରୁବାର ଦଧିହାଣ୍ଡି ଭଗ୍ନ, ପୁର୍ଣ୍ଣାହୂତି ହେବା ନେଇ ଯଜ୍ଞ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଟଙ୍କଧର ଶବର ଓ ତାଙ୍କ ଧର୍ମପତ୍ନୀ ଭାନୁ ଶବର ଯଜ୍ଞକର୍ତ୍ତା ଭାବେ ରହିଥିବାବେଳେ ପୂଜକ ଭାବେ ଅଶୋକ ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। କଳସ ଯାତ୍ରାରେ ନାମଯଜ୍ଞ କମିଟି ସଭାପତି ସୁଶୀଲ କୁମାର ଶବର, ସମ୍ପାଦକ ଫାଲଗୁନି ବାଣୁଆ, କୋଷାଧ୍ୟକ୍ଷ ବେଣୁଧର କାଣ୍ଡ ସମେତ କୁସୁମଖୁଣ୍ଟି ଗ୍ରାମର ଶତାଧିକ ଲୋକେ ସାମିଲ ହୋଇ ସହଯୋଗ କରିଥିଲେ ।ନାମଯଜ୍ଞରେ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏହି ନାମଯଜ୍ଞରେ କୁସୁମଖୁଣ୍ଟି ଗ୍ରାମବାସୀ ପରିଚାଲନାରେ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.