ମାଟ୍ରିକ ପରୀକ୍ଷାରେ ତୁମୁଡିବନ୍ଧ ଟପ୍ପର ତ୍ରିଶାରାଣୀ ସାହୁଙ୍କ ନିକଟକୁ ଶୁଭେଚ୍ଛାର ସୁଅ 

ଓଡିଆ ବାର୍ତ୍ତା/ ତୁମୁଡିବନ୍ଧ (ସରୋଜ ପ୍ରଧାନୀ): ତୁମୁଡିବନ୍ଧର ଜଣାଶୁଣା କପଡା ବ୍ୟବସାୟୀ ଅନିଲ କୁମାର ସାହୁ ଏବଂ ମାତା ଅରୁପମା ସାହୁଙ୍କ ଜ୍ୟେଷ୍ଠ ଝିଅ ତ୍ରିଶାରାଣୀ ସାହୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବମୋଟ ୬୦୦ ମାର୍କରୁ ୪୯୬ % ଆଣି  ଅଞ୍ଚଳ ପାଇଁ ଗୈାରବ ଆଣି ଆସିଛନ୍ତି। ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପିଲାଟି ଦିନରୁ ତ୍ରିଶାରାଣୀ ସାହୁ (ଆଞ୍ଚଲ) କଠିନ ପରିଶ୍ରମ କରି ଅଧ୍ୟୟନ କରନ୍ତି। ପାଠ ପଢା ପ୍ରତି ରୁଚି ରଖିବା ସହ ଓଡିଶୀ ନୃତ୍ୟ, ଅଭିନୟ ଉପରେ ମଧ୍ୟ ପାରିଦର୍ଶିତା ହାସଲ କରନ୍ତି ତ୍ରିଶା। ତେବେ ମାଟ୍ରିକ ପରୀକ୍ଷାରେ ୮୩% ରଖିବା ପରେ ଆଗକୁ ବିଜ୍ଞାନ ବିଭାଗରେ ପାଠ ପଢିବା ସହ କନ୍ଧମାଳ ଭଳି ପାର୍ବତ୍ୟ ଅଞ୍ଚଳରେ କଠିନ ପରିଶ୍ରମ କରି ଡାକ୍ତର ହେବା ସହ ରୋଗୀଙ୍କ ସେବା କରିବା ପାଇଁ ଲକ୍ଷ ରଖିଛନ୍ତି। ତେବେ ତ୍ରିଶାଙ୍କ ଏହି ସଫଳତାର ଶ୍ରେୟ ସେ ନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଦାଦା, ଖୁଡି, ଜେଜେ ମା ଜେଜେ ବାପାଙ୍କୁ ଦେଇଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.