ଥୁଆମୂଳ ରାମପୁର ମା ମାଣିକେଶ୍ୱରୀ ମନ୍ଦିର ରତ୍ନମୁଦ ଉତ୍ସବର ଶିତଳୀକରଣ ବିଧି 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ମନ୍ଦିର ରତ୍ନମୁଦ ଉତ୍ସବର ସମାପନ ପରେ ଆଜି ଶିତଳୀକରଣ ବିଧି ବୈଦିକ ବିଧାନ ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ଦିରରେ ବିବିଧ ପୂଜାବିଧି ଆୟୋଜିତ ହୋଇଥିଲା। ଏହାକୁ ପୁରୋହିତ କାମାକ୍ଷା ପ୍ରସାଦ ଦାସ, ଭବାନୀ ଶଙ୍କର ଆଚାର୍ଯ୍ୟ, ଦୁର୍ଗା ପ୍ରସାଦ ରଥ, ଅଶ୍ୱିନ କୁମାର ମୁଣ୍ଡ, ସତ୍ୟନାରାୟଣ ମହାପାତ୍ର ପ୍ରମୁଖ ପୂଜକ ସମ୍ପାଦନ କରିଥିଲେ। ମନ୍ଦିରର ମୁଖ୍ୟ ପୁରୋହିତ ତାପସ ରାୟଗୁରୁ, ଅଶୋକ କୁମାର ମୁଣ୍ଡ, ଯୁବକଲାଲ ପରିଛା, ଡମ୍ବରୁଧର ପୁଝାରି ଓ ଶରତ ପୂଜାରୀ ପ୍ରମୁଖ ସହାୟତା କରିଥିଲେ। ଯଜ୍ଞକର୍ତ୍ତା ସତ୍ୟ ନାରାୟଣ ମୁଣ୍ଡଛିନା ଓ ନିଳୀମା ମୁଣ୍ଡଛିନାଙ୍କ ଦ୍ୱାରା ଯଜ୍ଞ ମଣ୍ଡପରେ ଶିତଳୀକରଣ କରାଯାଇଥିଲା। ଏଥିରେ ରତ୍ନମୁଦ ଉତ୍ସବ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.