ବସୁଧା ଯୋଜନା; ମାଲାମାଲ ଠିକାଦାର, ବେହାଲ ଗ୍ରାମବାସୀ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ରାଜ୍ୟର ଅନ୍ୟ ଜିଲ୍ଲା ଭଳି କନ୍ଧମାଳରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ନଦୀ ନାଳ ଓ ପୋଖରୀ ପାଣି ଶୁଖି ଯାଇଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି। ଯାହାଫଳରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ପାନୀୟ ଜଳର ଅଭାବ ବଢ଼ିବାରେ ଲାଗିଛି।ତାହାର ଜ୍ୱଳନ୍ତ ଉଦାହରଣ ଝିରିପାଣି ପଞ୍ଚାୟତର କୁମସରଫା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ହାଣ୍ଡି ମାଠିଆ ଧରି ମହିଳାମାନେ ଚାଉଳ ଧୁଆ ନଦୀ କୁଳର ଚଚରା ଘାଟ ଠାରେ ଏକ ପଥର ଚୁଆର ପାଣି ପିଇବା ପାଇଁ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଦୁଇ ବର୍ଷ ପୂର୍ବେ କୁମସରଫା ଓ ଚଜାଙ୍ଗି ଗ୍ରାମକୁ ପାନୀୟ ଜଳଯୋଗାଣ ପାଇଁ ଚଜାଙ୍ଗି ଗ୍ରାମ ନିକଟର ଚାଉଳ ଧୁଆ ନଦୀକୁଳରେ ବସୁଧା ଯୋଜନାର ଟାଙ୍କି ନିର୍ମାଣ କରାଯାଇ ପାଇପ ମଧ୍ୟ ବିଛା ଯାଇଛି। ବସୁଧା ଯୋଜନାରେ ଉଭୟ ଗ୍ରାମର ପ୍ରତି ଘରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ କରାଯାଇଛି। ହେଲେ ଦୁଇ ବର୍ଷ ହେଲାଣି କୁମସରଫା ଗ୍ରାମକୁ ପିଇବା ପାଣି ଛଡ଼ା ଯାଇନାହିଁ । କରାଯାଇଥିବା ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଭାଙ୍ଗିବାକୁ ବସିଲାଣି।ହେଲେ ସେହି ଗ୍ରାମରେ ଗୋଟିଏ ନଳ କୂପ ରହିଛି । ସେହି ନଳ କୂପର ଭୂତଳ ଜଳସ୍ତର କମିବାରୁ ପାଣି ବାହାରୁ ନାହିଁ। ଅଧା ଘଣ୍ଟା ପାଖାପାଖି ନଳ କୂପ ମାରିଲେ ଏକ ବାଲଟି ପାଣି ବାହାରିଥାଏ।ସେହି ପାଣି ଧୂସର ରଙ୍ଗ ପରି ଦେଖା ଯିବା ସହିତ ପିଇବା ପାଇଁ ଭଲ ଲାଗେ ନାହିଁ ଓ ଭାତ ରାନ୍ଧିବା ପାଇଁ ଗରମ କଲେ କଳା ପଡ଼ିଯାଏ। ସେହି କାରଣରୁ ଗ୍ରାମବାସୀ ନଳ କୂପର ପାଣି ପିଇବାକୁ ଇଚ୍ଛା କରନ୍ତି ନାହିଁ।ଆଉ ବାଧ୍ୟ ହୁଅନ୍ତି ଚାଉଳ ଧୁଆ ନଦୀ କୁଳର ପଥର ଚୁଆ ପାଣି ପିଇବାକୁ। ବର୍ଷା ଦିନେ ସେହି ନଦୀରେ ବଢ଼ି ପାଣି ଚୁଆରେ ପଶିଯାଏ। ଯାହାଫଳରେ ଗ୍ରାମବାସୀ ପିଇବା ପାଇଁ ପାଣି ସମସ୍ୟା ଆହୁରି ବଢ଼ି ଯାଏ।ଗ୍ରାମ ନିକଟରେ ଥିବା କ୍ଷେତରୁ ପିଇବା ପାଣି ସଂଗ୍ରହ କରିଥାନ୍ତି। ଏହି ବାବଦରେ ଗ୍ରାମର ସଦେ ମାଝିଙ୍କୁ ଉଁପଚାରିବାରୁ ସେ ଏହି ବାବଦରେ ଦୁଇ ବର୍ଷ ତଳେ ପିଇବା ପାଣି ଯୋଗାଇବା ପାଇଁ ପାଇପ ସଂଯୋଗ କରାଯାଇ ଘରେ ଘରେ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ କାର ଗଲା ହେଲେ ପାଣି ଆସୁ ନାହିଁ ତାପରେ ସରପଞ୍ଚଙ୍କୁ ଏହି ବାବଦରେ ଅଭିଯୋଗ ମଧ୍ୟ କରିଛୁ ହେଲେ କୌଣସି ସୁଫଳ ମିଳି ନାହିଁ। ତେଣୁ ଆମେ ଗ୍ରାମବାସୀ ବାଧ୍ୟ ହେଲୁ ଚାଉଳ ଧୁଆ ନଦୀ କୁଳର ଚଚରା ଘାଟରେ ପଥର ଫଟାଇ ଏକ ପଥର ଚୁଆ କରି ସେହି ପାଣିକୁ ପିଉଛୁ।ଯାହାଫଳରେ ଜଳ ବାହିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ ବୋଲି କହିବା ସହିତ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଦାବୀ କରିଛନ୍ତି। ଏହି ବାବଦରେ ସରପଞ୍ଚ କାନ୍ତି ପାତ୍ରଙ୍କୁ ପଚାରିବରୁ ସେ ସେହି ଗ୍ରାମକୁ ତୁରନ୍ତ ଜଳ ଯୋଗାଣ କରା ଯିବ ବୋଲି କହିଛନ୍ତି। ସେହିପରି ତୁମୁଡିବନ୍ଧ ବ୍ଳକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର କନିଷ୍ଟ ଯନ୍ତ୍ରୀ ସ୍ନେହଳତା ପ୍ରଧାନଙ୍କୁ ପଚାରିବରୁ ଏହି ବାବଦରେ କୌଣସି ଅଭିଯୋଗ ହସ୍ତଗତ ହୋଇ ନାହିଁ କହିଛନ୍ତି। ତେବେ ସେହି ଗ୍ରାମକୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.