ଅବ୍ୟବସ୍ଥା ଘେରରେ ଗୋଏଲଭାଡି ପ୍ରାଥମିକ ବିଦ୍ୟାଳୟ

ବିପଦ ସଂକୁଳ ଅବସ୍ଥାରେ ବିଦ୍ୟାଳୟ କୋଠା : ବାରଣ୍ଡା, ଗଛମୂଳେ ପିଲା ପଢନ୍ତି ପାଠ

ସଇଁତଲା,୨/୮ : ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ସରକାର ସଦା ତପ୍ତର ଥିଲେ ସୁଦ୍ଧା ବିଭିଗିୟ ଅଧିକାରୀ ମାନଙ୍କ ଉଦାସିନତା ଓ ପ୍ରଶାସନିକ ଅବହେଳା କାରଣରୁ ଗୋଏଲଭାଡି ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଆସିଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଧରପଗଡ ଗ୍ରାମପଞ୍ଚାୟତର ଗୋଏଲଭାଡି ବିଦ୍ୟାଳୟରେ ଆଜି ବି ବାରଣ୍ଡାରେ ଓ ଗଛମୂଳରେ ଛତ୍ରଛାତ୍ରୀ ପାଠପଢୁଛନ୍ତି ।

ଏହି ସ୍କୁଲରେ ସର୍ବ ମୋଟ ୭୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଓ ଚାରୀ ଜଣ ଶିକ୍ଷକ ଅଛନ୍ତି । ବିଦ୍ୟାଳୟରେ ଏ ପର୍ଯ୍ୟନ୍ତ ଭଲ ଶ୍ରେଣୀ ଗୃହ ନାହିଁ। ପୁରୁଣା କୋଠା ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ବର୍ଷା ହେଲେ ଛାତରୁ ପାଣି ଝରୁଛି ତା ସାଙ୍ଗ କୁ ସିମେଣ୍ଟ ଅତଡା ମଧ୍ୟ ଖସୁଛି। ପିଲାମାନଙ୍କ ପାଇଁ ଏହା ବିପଦ ସୃଷ୍ଟିକରୁଛି ।

ଏହି ସବୁ ବିଷୟର ପ୍ରଧାନ ଶିକ୍ଷକ ଜିଲ୍ଲାପାଳ ସ୍ଥାନୀୟ ବିଧାୟକ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଅବଗତ କରିଛନ୍ତି କିନ୍ତୁ ଆଜି ପ୍ରର୍ଯ୍ୟନ୍ତ କିଛି ଫଳପ୍ରଦ ହେଇନାହିଁ। ଏଥି ପାଇଁ ଛାତ୍ରଛାତ୍ରୀ ମାନଙ୍କ ଅବିଭାଵକ ମାନଙ୍କ ଭିତରେ ଚିନ୍ତା ର କାରଣ ହୋଇଛି । ବିଦ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଗୋଏଲଭାଡି ଗ୍ରାମବାସୀ ଦୀର୍ଘ ଦଶ ବର୍ଷ ହେଲା ଦାବି କରିଆସୁଛନ୍ତି, କିନ୍ତୁ କେହି କର୍ଣ୍ଣପାତ କରୁନାହାନ୍ତି । ଯଦି ଅଗମୀ ଦିନ କିଛି ପଦକ୍ଷେପ ନ ନେଲେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


ସଇଁତଲାରୁ ଗୋକୁଲା ନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.