କଳାହାଣ୍ଡିରେ ବାଟବଣା e-school ଯୋଜନା

୧୧୦ ସ୍କୁଲର କମ୍ପ୍ୟୁଟର ଲ୍ୟାବ୍ ରେ ଝୁଲୁଛି ତାଲା, କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ଛୀତ୍ରଛାତ୍ରୀ

Omkar Vasthu
Omkar Vasthu

ଜୁନାଗଡ଼,୨/୮ (ରାକେଶ ବେମାଲ) : ସରକାର ପ୍ରାଥମିକ ଓ ମାଧ୍ୟମିକ ସ୍ଥରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି କିନ୍ତୁ ଅନେକ କ୍ଷେତ୍ରରେ ଦୂରଦୃଷ୍ଟି ଅଭାବରୁ ଅନେକ ଯୋଜନା ଖତ ଖାଉଛି । ବିଦ୍ୟାଳୟର ଶିଶୁ ମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରବର୍ତିତ ଇ- ସ୍କୁଲ ଯୋଜନା କଳାହାଣ୍ଡି ଜିଲ୍ଲାରେ ବାଟବଣା ହେବାରେ ଲାଗିଛି । ସମଗ୍ର ଜିଲ୍ଲାରେ ୧୧୦ ଟି ସ୍କୁଲରେ କମ୍ପ୍ୟୁଟର ଶିକ୍ଷାର ପ୍ରସାରଣ ପାଇଁ ଖୋଲାଯାଇଥିବା ଲାବୋରେଟରୀ ସଂପ୍ରତି ବନ୍ଦ ହୋଇପଡିଥିବା ବେଳେ ଛାତ୍ରଚାତ୍ରୀମାନେ କମ୍ପ୍ୟୁଟର ଶିକ୍ଷାରୁ ବଂଚିତ ହେଉଥିବା ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଏଠାରେ ସୂଚନାଯୋଗ୍ୟଯେ ପ୍ରତି ସ୍କୁଲ ପିଛା ୨୦ ଲକ୍ଷ ଟଙ୍କା ବିନିମୟରେ ୧୦ଟି କମ୍ପ୍ୟୁଟର, ପ୍ରୋଜେକ୍ଟର, ସ୍ମାର୍ଟବୋର୍ଡ, ଜେନେରେଟର ଇତ୍ୟାଦି ଖର୍ଚ୍ଚ କରାଯାଇଥିବା ଜଣାପଡିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଓଜେସିଏଲ ସଂସ୍ଥା ଏହି ଲ୍ୟାବ ସବୁର ସଂଯୋଜକ ଥିବା ବେଳେ ରାମସା ପକ୍ଷରୁ ଶିକ୍ଷକ ମାନଙ୍କ ତାଲିମ ପ୍ରଦାନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେବାର ବ୍ୟବସ୍ଥା କରାଯାଇଥିଲା। ପ୍ରତି ଲ୍ୟାବ ପିଛା ଜଣେ ଲେଖାଏଁ ସଂଯୋଜକ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସେହି ଶିକ୍ଷକ ମାନଙ୍କୁ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟ ସମେତ ବିଭିନ୍ନ ସରକାରୀ ଦାୟୀତ୍ୱ ଦିଆଯାଉଥିବା ହେତୁ କମ୍ପ୍ୟୁଟର ଶିକ୍ଷା ଦାନ ବ୍ୟାହତ ହୋଇପଡୁଥିବାର ଜଣାପଡିଛି। ୨୦୧୪ ଅପ୍ରେଲ ପହିଲା ଠାରୁ ଆଇସିଟି ପୋ୍ରଜେକ୍ଟ ମାଧ୍ୟମରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରାଯାଇଥିବା ବେଳେ ସ୍କୁଲର ଅଷ୍ଟମରୁ ଦଶମ ଶ୍ରେଣୀର ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଥିଲା। ଏଥିସହିତ ସ୍କୁଲ ସମ୍ବନ୍ଧୀୟ ସମସ୍ତ ପ୍ରକାର ଅନଲାଇନ କାର୍ଯ୍ୟ ଏହି କମ୍ପ୍ୟୁଟର ଶିକ୍ଷକ ମାନଙ୍କ ଦ୍ୱାରା କରାଯାଉଥିଲା।

ଗତ ମାର୍ଚ୍ଚ ୨୦୧୯ ମାସ ଠାରୁ ଚୁକ୍ତି ଅନୁସାରେ ପାଂଚ ବର୍ଷ ଶେଷ ହୋଇଯିବା ପରେ ବର୍ତମାନ ସେହି ପଦବୀ ସବୁ ଖାଲିପଡିଛି ଏବଂ ଲକ୍ଷ ଲକ୍ଷ ଟଙ୍କାର କମ୍ପ୍ୟୁଟର ସାମଗ୍ରୀ ନଷ୍ଟ ହେବାରେ ଲାଗିଛି। ସରକାର ଡିଜିଟାଲ ଇଣ୍ଡିଆର ନୂତନ ଦିଗନ୍ତ ଆଡେ ଅଗ୍ରସର ହେଉଥିବା ବେଳେ ସ୍କୁଲ ମାନଙ୍କରେ ଥିବା ଏହି ଲ୍ୟାବ ସବୁରେ ତାଲା ଝୂଲୁଛି। ସରକାର ଓ ବିଭାଗିୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

 

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.