ବିଛୁବାହାଲିରେ ଚନ୍ଦନ ଯାତ୍ରା ମହୋତ୍ସବ

ଓଡିଆ ବାର୍ତ୍ତା/ ବେଲପଡ଼ା (ତ୍ରୀନାଥ ବାଗ): ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗାଁର ଗୌନ୍ତିଆ ପଡ଼ା ଠାରେ ଚାଲିଛି ଚନ୍ଦନ ଯାତ୍ରା ମହୋତ୍ସବ । ଦୀର୍ଘ ପାଞ୍ଚ ଦିନ ଧରି ଚାଲି ଏହି ମହୋତ୍ସବ ଚନ୍ଦନ ପୂର୍ଣିମା ତଥା ବୁଦ୍ଧ ପୂର୍ଣିମାରେ ଉଦ୍‌ଯାପିତ ହେବା ସହ ବୈଶାଖ ବ୍ରତ ସମାପ୍ତ ହେବ I ଏହି ମହୋତ୍ସବରେ ପ୍ରତିଦିନ ମହାଭାରତର ବିରାଟପର୍ବ, ପୁରାଣ ପଠନ, ନାବକେଳି ସାଙ୍ଗକୁ ପ୍ରତିଦିନ ରାତିରେ ଗୁପ୍ତବନବାସ, କିଚକବଧ, ଗୋଧନ ହରଣ, ଶ୍ରୀ ରାମଲୀଳା, ଅଭିମନ୍ୟୁ, ଉତ୍ତରାବାଲି ବିବାହ ପ୍ରଭୂତି ବିରାଟପର୍ବର ପୌରାଣିକ ନାଟକ ଗୁଡ଼ିକ ମଞ୍ଚସ୍ଥ ହେଉଛି I ଯାତ୍ରା ଆରମ୍ଭର ପୂର୍ବଦିନ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I ୫୩ତମ ବର୍ଷ ଚନ୍ଦନ ଯାତ୍ରାରେ ଅଇବଲ ମାଝୀ ଓ ତାଙ୍କ ଧର୍ମପତ୍ନୀ ବିଳାସ ମାଝୀ କର୍ତ୍ତା I ସଞ୍ଜୀବ ଶତପଥି ଓ ପଞ୍ଚାନନ ଥନାପତି ପୂଜକ ଦାୟିତ୍ୱରେ ଅଛନ୍ତି I ଆୟୋଜକ ପୂଜା କମିଟି ସଭାପତି ଅଇବଲ ମାଝୀ, ସମ୍ପାଦକ ପଣ୍ଡିତ ମାଝୀ, ଭଣ୍ଡାରଘରିଆ ସଭାପତି ରମେଶ ମାଝୀ, ସହ ସମ୍ପାଦକ ଦିନେଶ ମାଝୀ, ଅନ୍ନ ପ୍ରସାଦ ପସ୍ତୁତି ଦାୟିତ୍ୱରେ ଲୁଚନ ମାଝୀ (ଖେଡୁ) ଏବଂ ଅମର ବିଶି, ଆୟୋଜକ ଉପଦେଷ୍ଟା କମିଟିର ଉପେନ୍ଦ୍ର ମାଝୀ, ନାରାୟଣ ମାଝୀ, ପିତାମ୍ବର ସେଠ, ପୁରୁଷୋତ୍ତମ ମାଝୀ, ହଂସର ମାଝୀ, ନରହରି ମାଝୀ, ପୂର୍ଣ୍ଣଚନ୍ଦ୍ର ସେଠ, ଦ୍ରୋଣ ମାଝୀ, ରଇତାଲ ମାଝୀ, ଗୋପାଳ ମାଝୀ, ଶୁକୃ ଚନ୍ଦନ, ସୁନ୍ଦର ମାଝୀ, ରୁପଲ ମାଝୀ, ଜୟଲାଲ ମାଝୀ, ବସୁଦେବ ମାଝୀ, ଜଗତରାମ ମାଝୀ, ଭୁଜବଲ ଚନ୍ଦନଙ୍କ ସହ ଡ଼ଙ୍ଗାମରା ଗାଁର ଅଭିମନ୍ୟୁ ପୁଟେଲ, ଛବିମନ୍ୟୁ ପୁଟେଲ ଓ ତଅଁଳା ଗାଁର ଡାକ୍ତର ଡ଼ମ୍ବରୁଧର ସାହୁଙ୍କ ସହ ସମସ୍ତ ଗୌନ୍ତିଆପଡ଼ାବାସୀ ଓ ଶ୍ରଦ୍ଧାଳୁ ମହିଳାମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.