ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ଟିକାବାଲିରେ ଯୁବକଙ୍କ ନିଜ ଘରୁ ମୃତ୍ୟୁ ଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଟିକାବାଲି ଗ୍ରାମ ପଞ୍ଚାୟତ ଅଧିନସ୍ଥ ମେଡିକାଲ ଛକ ହର୍ଷ ନଗର ସାହିରେ । ସୂଚନା ମୁତାବକ ସୁସିଲ୍ କୁମାର ପଣ୍ଡା ବୟସ ( ୨୮) ନିଜ ଘରେ, ଫେନ୍ ରେ ରସି ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୁସିଲ୍ କୁମାର ପଣ୍ଡା ସେ ଗଞ୍ଜାମ ଜିଲ୍ଲା ଚିକିଟି ରେ ବିଏସ୍ଏନ୍ଏଲ୍ ଅଫିସରେ କାର୍ଯ୍ୟରତ ଥିବା ଜଣାପଡିଛି । ଭାଇର ଖବର ପାଇ ବଡ଼ ଭାଇ ନିଳମାଧବ ପଣ୍ଡା, ଲିଖିତ ଭାବରେ ଟିକାବାଲି ଥାନାରେ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ଥାନା ଅଧିକାରୀଣୀ ଶ୍ରୀମତି ପ୍ରଜ୍ଞା ରୀତାମ୍ବର କର, ଏସ୍ ଆଇ ଅବନି ପ୍ରଧାନ, ରବିନ୍ଦ୍ର କୁମାର ହେମ୍ବ୍ରମ, ଏ ଏସ୍ ଆଇ, ଶିବ ରାମ ବିଷୋୟୀ, ପହଂଚି ତଦନ୍ତ କରି ଝୁଲୁଥିବା ମୃତ ଶରିରକୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ବେବଚ୍ଛେଦ କଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତ୍ର କରିଥିବା ଜଣା ପଡ଼ିଛି। ବଡଭାଇ ନିଳମାଧବ ପଣ୍ଡା, ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ମୋ ଭାଇ ପ୍ରେମିକା ସହିତ କିଛି ବର୍ଷ ହେବ ପ୍ରେମ ସଂପର୍କ ରଖିଥିଲେ ଏବଂ ମାନସିକ ଚାପରେ ଥିବା ଉଲ୍ଲେଖ କରିଛନ୍ତି। ଉକ୍ତ ଘଟଣାର ଥାନା ଅଧିକାରୀଣୀ ଶ୍ରୀମତି ପ୍ରଜ୍ଞା ରୀତାମ୍ବର କର ଏ ଏସ୍ ଆଇ , ଶିବରାମ ବିଷୋୟୀ ଙ୍କୁ ଦାୟିତ୍ଵ ଭାର ଦେଇଥିଲେ । ଶ୍ରୀ ବିଷୋୟୀ କେସ୍ ନମ୍ବର ୟୁଡି ୫/୨୫ ରେ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।