କବିତା : ସିନ୍ଦୁର ର‌ହିଲା ସାକ୍ଷୀ

ଶ୍ରୀଯୁକ୍ତ ସଦାଶିବ ରାଜଗୁରୁ

ଦେଲ ପୋଛି ସୀମନ୍ତରୁ ସିନ୍ଦୁର
ସୀମା ଲଙ୍ଘି ଆସି ଦୂତଗଣ ଅଧର୍ମର
ନିର୍ମମ ହସ୍ତେ ଥିଲା ଅସ୍ତ୍ର ପାକିସ୍ତାନର ।

ପହଲଗାଁଓ ସବୁଜ ବନାନୀର
ଶାନ୍ତ ସ୍ନିଗ୍ଧ ଶୀତଳ ସମୀର
ହଠାତ ମାଗିଲା ପରୀକ୍ଷା “କଲମା” ପଠନର ।
ନିର୍ଦ୍ଦୟ ନିଷ୍ଠୁର ବନ୍ଧୁକ ମୁନରେ
କର୍କଶ ଛାତିଥରା ବିଭତ୍ସ ଗର୍ଜନରେ
ଆଖିବୁଜି ତ ନୁହଁ, ସମ୍ପୁର୍ଣ୍ଣ ହୋସ ହାବାସରେ
ପଚାରିଲା ହିନ୍ଦୁ ? ହିନ୍ଦୁ ଗଣ ତୁମେ ?
ଜାଣନା କଲମା ପଢି !
ଅନ୍ତିମ ରାୟ ଦେଇ, ଚଳାଇଲା ଗୁଳି,
ସତାଇଶ ଜଣ ପ୍ରୀୟାଙ୍କ ପ୍ରୟତମ
ବିସ୍ମିତେ, ଅକାଳ ମୃତ୍ୟୁର କୋଳେ,
ଯାଇଥିଲେ ଟଳି ।

ମାରନା, ମାରନା, ଆମେ ନିର୍ଦ୍ଦୋଶ
ଭୂସ୍ବର୍ଗୀୟ ଅମୀୟ ପିପାଷୁ ଆମେ ପର୍ଯ୍ୟଟକ
ଭାରତ ମାତାର ଲଳନା କହଇ
ମାରିଦେଲ ଯଦି ମୃତ୍ୟୁ ଦିଅ ମୋତେ,
ମୁଁ ଚାଲିଯିବି ମୋ ପ୍ରୀୟଙ୍କ ସାଥେ
ଆତଙ୍କି ହସିଲା – ତାତ୍ସଲ୍ୟେ କହିଲା
ନା….ନା….ନା.. ମାରିବିନି ତୋତେ
ବର୍ଣ୍ଣିବୁ ଯାଇ ତୁ , ମୋଦିର ସମ୍ମୁଖେ।

ଏପ୍ରିଲ ମାସ ବାଇଶି ତାରିଖ ଅପରାହ୍ନରେ
ସିନ୍ଦୁର ମାଗିଲା ଅମୂଲ ମୂଲ ତା’ର
ସଜ୍ଜଳ ନୟନର ଲୋତକର ଧାରେ !

ବଜ୍ର ଶପଥ ଉଦ୍ ଘୋଷିତ ହେଲା
ଆକାଶ ପାତାଳ ଏକାକାର କରି
ମାଟିରେ ମିଶାଇ ଦେବିରେ ପାମର
ସାକ୍ଷି ର‌ହିଲା ମୋ ଭଗ୍ନୀ ମଥାର ନାଲି ସିନ୍ଦୁର ।

ରାଣୀଗୁଡା ଫାର୍ମ, ରାୟଗଡ
ମୋ- ୯୩୩୭୨୭୧୬୬୯

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.