ଜୁନାଗଡ଼ ଠାରେ ଅନୁଷ୍ଠିତ ହେଲା କଳାହାଣ୍ଡି ଜିଲ୍ଲା ଓବିସି ମଞ୍ଚର ସାଧାରଣ ବୈଠକ 

ଓଡିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଓବିସି ମଞ୍ଚର ଏକ ସାଧାରଣ ବୈଠକ ଜୁନାଗଡ଼ ସ୍ଥିତ ଆରଏମସି ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ରାଜ୍ୟ ଓବିସି ମଞ୍ଚର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ  ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର କୁମାର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଅନୁଷ୍ଠିତ ସଭାରେ ଓବିସି ବର୍ଗର ସାମ୍ବିଧାନିକ ହକ, ଅଧିକାର ଓ ସମାନୁପାତିକ ପ୍ରତିନିଧିତ୍ୱ ପାଇଁ ସମସ୍ତେ ଏକତ୍ରିତ ହେବା ଉପରେ ଆଲୋକପାତ କରାଯାଇଥିଲା। ବୈଠକରେ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଳ, ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ପ୍ରସାଦ ହାତୀ, ଓବିସି ମଞ୍ଚ ସଂଯୋଜକ ଡାକେଶ୍ୱର ଲହଜଳ, ପଣ୍ଡରାମାଲି ସମାଜ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ବଙ୍କା ସମାଜ ସଭାପତି ବିମ୍ବାଧର ପ୍ରଧାନୀ, ଡମ୍ବରୁଧର ଲହଜଳ, କମଳିନୀ ଯାଦବ, ଉଦ୍ଧବ ଚରଣ ସାହୁ, ନିମାଇ ଚରଣ ଗୋପାଳ, କୃଷ୍ଣ ଚନ୍ଦ୍ର ସାହୁ, ଦୀପଚାନ୍ଦ ସାହୁ, ଶିବ ପ୍ରସାଦ ପ୍ରଧାନୀ, ଦିଲିପ କୁମାର ସରାବୁ, ରଶ୍ମିରେଖା ରାଉତ, ଗିରିଧାରୀ ସାହୁ, ସୁମେଶ୍ଵର ମୁନି, ବାଲ୍ମୀକି ନାଏକ, ପ୍ରେମାନନ୍ଦ ଘି, ରୀନା ଭୋଇ, ରିନା ଭାଟି, କାମଦେବ ପୂଝାରୀ, ସଂଗୀତା ଖରସେଲ ତଥା ବିଭିନ୍ନ ସମାଜର ପ୍ରତିଷ୍ଠିତ ଶହ ଶହ କର୍ମକର୍ତ୍ତା ଯୋଗଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ହିମାଂଶୁ ଶେଖର ବରାଡ। ଓବିସି ବର୍ଗଙ୍କୁ ଶିକ୍ଷା, ଚାକିରୀ ଏବଂ ରାଜନୀତି କ୍ଷେତ୍ରରେ ସମାନୁପାତିକ ପ୍ରତିନିଧିତ୍ୱ ତଥା ଅଧିକାରକୁ ନେଇ ସରକାରଙ୍କ ପାଖରେ କିଭଳି ଭାବରେ ଉପସ୍ଥାପନ କରାଯିବ ଏବଂ ଦରକାର ହେଲେ ହକ ପାଇଁ ଆନ୍ଦୋଳନ ଜାରି ରଖାଯିବ ସେନେଇ ସମସ୍ତେ ସଭାରେ ଗୁରୁତ୍ୱାରୋପ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.