ସ୍ବର୍ଣ୍ଣ ଓ ରୋପ୍ୟ ପଦକ ହାସଲ କରି ବଲାଙ୍ଗୀର ପାଇଁ ଗୋୖରବ ଆଣି ଆସିଲେ ଧରପଗଡ ହାଇସ୍କୁଲର ଛାତ୍ରଛାତ୍ରୀ 

ଓଡିଆ ବାର୍ତ୍ତା/ ସଇଁତଳା (ଗୋକୁଳା ନନ୍ଦ ବଗର୍ତ୍ତୀ): ରାୟଗଡାର ଗୋପବନ୍ଧୁ ବିଦ୍ୟାଳୟରେ ଚାଲି ଥିବା ରାଜ୍ୟ ଥାଙ୍ଗ-ଟା, ମୁଇଥାଇ (ଥାଇ ବକ୍ସସିଙ୍ଗ) ଓ ଭ୍ୟାୟାମ ପ୍ରତିଯୋଗିତାରେ ଧରବଗଡ ହାଇସ୍କୁଲର ଛଅ ଜଣ ଛାତ୍ର ଛାତ୍ରୀ ଓ ଆର୍ଟସ ଟେମ୍ପଲ ମାର୍ଟିଏଲସ ଆର୍ଟସ ଏକାଡେମୀର ତିନି ଜଣ ଛାତ୍ର ଏଥିରେ ଭାଗ ନେଇ ୨୪ଟି ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରି ସଇଁତଲା ସମେତ ବଲାଙ୍ଗୀର ଜିଲ୍ଲା ପାଇଁ ଗୋୖରବ ଆଣି ଆସିଛନ୍ତି। ସୂଚନା ଅନୁସାରେ ସୁବ୍ରାଂଶୁ ହେର୍ଣ୍ଣା ୨ଟି ସ୍ଵର୍ଣ, ୧ ରୌପ୍ୟ ଲେଖାରାମ ମାଝୀ ୩ ଟି ସ୍ବର୍ଣ୍ଣ, ୟଶରାଜ ପଧାନ ୩ ଟି ସ୍ବର୍ଣ୍ଣ, ଯୁବରାଜ ଜାଲ ୩ ଟି ସ୍ବର୍ଣ୍ଣ , ଟିକେଶ୍ବରୀ ପାତ୍ର ୨ ସ୍ବର୍ଣ୍ଣ ୧ ରୌପ୍ୟ, ବିପଷା ମାଝୀ ୩ ଟି ସ୍ବର୍ଣ୍ଣ ଓ ଆର୍ଟସ ଟେମ୍ପଲ ମର୍ସଲ ଆର୍ଟସ ଅକାଦେମୀର ଶ୍ରୀୟାଂଶ ପଣ୍ଡା ୩ ଟି ସ୍ବର୍ଣ୍ଣ, ପ୍ରଭୁଦତ୍ତ ମହାନ୍ତି ୩ଟି ସ୍ବର୍ଣ୍ଣ ପଦକ ହସଲ କରିଛନ୍ତି। ଏହି ପ୍ରତିଯୋଗୀତା ଭାଗ ନେଇଥିବା ଛାତ୍ର ଛାତ୍ରୀ ଆସନ୍ତା ଜୁନରେ ହରିୟାଣାରେ ହେବାକୁ ଥିବା ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତିଯୋଗୀମନେ ଧରାବଗଡ ହାଇସ୍କୁଲର ଖେଳ ଶିକ୍ଷକ ଚନ୍ଦ୍ରଶେଖର ବହୁକଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ। ସେ ମଧ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ସ୍ବର୍ଣ୍ଣ ଓ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ଧରପଗଡ଼ ହାଇସ୍କୁଲରୁ ଆଠଟି ଛାତ୍ର ଓ ଛାତ୍ରୀ SGFI ଜାତୀୟସ୍ତରରେ ଅଂଶଗ୍ରହଣ କରିଥିଲେ। ଧରବଗଡ ସରପଞ୍ଚ ଗୀତାଞ୍ଜଳୀ ପଣ୍ଡା,  ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ପଣ୍ଡା ଏବଂ ଗ୍ରାମବାସୀ ମିଶି ସମସ୍ତ ଖୋଲ ତାଳ ସହ ମେଧାବୀ ମାନଙ୍କୁ ଗାଁ ବସ୍ତିରେ ବାଜା ବଜେଇ ସ୍ୱାଗତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.