ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଶିକ୍ଷାବିତ ନାଏକ ଗହିର

ଓଡିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): ଜୁନାଗଡ ବ୍ଲକ ହାବସପୁର ପଞ୍ଚାୟତ ଅଧିନସ୍ଥ ଅମ୍ବାଦୁଲା ଗ୍ରାମର ଅବସରପ୍ରାପ୍ତ ସ୍ଵନାମଧନ୍ୟ ଶିକ୍ଷକ ଏବଂ ବିଶିଷ୍ଟ ଶିକ୍ଷାବିତ ନାଏକ ଗହିରଙ୍କ ଦେହାନ୍ତ ହୋଇଯାଇଛି। ଵୃଦ୍ଧାବସ୍ଥା ହେତୁ ତାଙ୍କ ପରଲୋକ ହୋଇଛି। ସ୍ବର୍ଗତ ଗହିରଙ୍କ ମୃତ୍ୟୁ ସଯ୍ୟା ପାଖରେ ତାଙ୍କର ପୁତ୍ର, ପୁତ୍ର ବଧୁ, ପ୍ରପୁତ୍ର ଓ ପ୍ରପୁତ୍ରବଧୂ, ନାତି, ଅଣନାତି ସମସ୍ତେ ଉପସ୍ଥିତ ଥିଲେ ଏବଂ ଦାହ ସଂସ୍କାର ସମୟରେ ଦୁଇ ପୁତ୍ର ମୁଖାଗ୍ନି ଦେଇଥିଲେ। ଏହି ଅଞ୍ଚଳର ଜଣେ ପୁରାତନ ଶିକ୍ଷକ ରୂପେ ତାଙ୍କ ଶିକ୍ଷା ପ୍ରଣାଳୀର ଦକ୍ଷତା, ପାରଦର୍ଶିତା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ବିଶେଷକରି ତାଙ୍କ ଦ୍ୱାରା ଶିକ୍ଷା ଗ୍ରହଣ କରିଥିବା ଛାତ୍ର ସମାଜ ପାଇଁ ସେ ଥିଲେ ଏକ ମାର୍ଗଦର୍ଶକ ଥିଲେ। ତାଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ ହୋଇ ସମାଜକୁ ଦିଗଦର୍ଶନ ଦେଉଛନ୍ତି।  ଏହାର ଶ୍ରେୟ ରୂପେ ଶ୍ରୀଯୁକ୍ତ ଗହିରଙ୍କୁ ସେମାନେ କେବେ ମଧ୍ୟ ଭୁଲିପାରିବେ ନାହିଁ। ତାଙ୍କ ମୃତ୍ୟୁପରେ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି। ଏହିପରି ପରିସ୍ଥିତିରେ ବିଭିନ୍ନ ମହଲରୁ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣେଇବା ସହିତ ଆମର ଆତ୍ମାର ସଦଗତି କାମନା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.