ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲର ପୂର୍ବତନ ଛାତ୍ରୀ ଜ୍ୟୋତ୍ସ୍ନାମୟୀ ବଗର୍ତ୍ତୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୪୨୫ ମାର୍କ (୮୫ %) ପାଇ କୃତକାର୍ଯ୍ୟ ହୋଇଛନ୍ତି | ଜ୍ୟୋତ୍ସ୍ନାମୟୀ ଟିକ୍ରାପଡ଼ା ଗ୍ରାମ ନିବାସୀ ସଞ୍ଜୟ ବଗର୍ତ୍ତୀ ଓ ସଞ୍ଜୁକ୍ତା ବଗର୍ତ୍ତୀଙ୍କ ଝିଅ ହୋଇଥିବା ବେଳେ ବିବିନା ସ୍ଥିତ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଭାବେ ପରୀକ୍ଷା ଦେଇଥିଲେ | ସେ ପ୍ରି-ନର୍ସରୀରୁ ସପ୍ତମ ଶ୍ରେଣୀ ଯାଏ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଅଧ୍ୟୟନ କରୁଥିଲେ | ତାଙ୍କ ସଫଳତାରେ ପରିବାରବର୍ଗଙ୍କ ସମେତ ଶିଶୁ ସୈନିକ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟି, ଅଭିଭାବକ ତଥା ଶୁଭାକାଂକ୍ଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି | ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି | ଶିଶୁ ସୈନିକ ସ୍କୁଲ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆ ଜ୍ୟୋତ୍ସ୍ନାମୟୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି |